ବଢ଼ିଲା ହୋମଗାର୍ଡଙ୍କ ଦୈନିକ ଭତ୍ତା

0

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ହୋମଗାର୍ଡମାନଙ୍କ ଦୈନିକ ଭତ୍ତା ୧୧୦ ଟଙ୍କା ବୃତ୍ତି କରିଛନ୍ତି । ପୂର୍ବରୁ ସେମାନେ ଦିନକୁ ୪୨୩ ଟଙ୍କା ଭତ୍ତା ପାଉଥିଲେ । ବର୍ଦ୍ଧିତ ନିର୍ଦ୍ଦେଶ ପରେ ଏଣିକି ସେମାନଙ୍କୁ ୫୩୩ ଟଙ୍କା ମିଳିବ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଏହି ବର୍ଦ୍ଧିତ ଭତ୍ତା ଲାଗୁ ହୋଇଥିବା ସରକାର ସୂଚାଇଛନ୍ତି ।

ଗୃହ ବିଭାଗ (ସିଭିଲ୍‌ ଡିଫେନ୍ସ) ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ହୋଇଛି । ଏଥିରେ ଉଲ୍ଲେଖ ରହିଛି, ଗତ ଏପ୍ରିଲ ପହିଲାରୁ ଏହି ବର୍ଦ୍ଧିତ ଭତ୍ତା ଲାଗୁ ହେବ । ପୂର୍ବରୁ ଜଣେ ହୋମଗାର୍ଡ ମାସେ ଯାଏଁ ଡ୍ୟୁଟି କରୁଥିଲେ, ସେମାନଙ୍କୁ ମାତ୍ର ୧୨ ହଜାର ୬୯୦ ଟଙ୍କା ପାଉଣା ମିଳୁଥିଲା । ଏବେ ସେମାନେ ମାସିକ ୧୫ ହଜାର ୯୯୦ ଟଙ୍କା ଭତ୍ତା ପାଇବେ ।

ଏହାସହ ହୋମଗାର୍ଡଙ୍କୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ମଧ୍ୟ ପୂର୍ବ ଭଳି ମିଳିବ । ଦୀର୍ଘଦିନ ଧରି ହୋମଗାର୍ଡମାନେ ଭତ୍ତା ବଢ଼ାଇବାକୁ ଦାବି କରୁଥିଲେ । ବିଭିନ୍ନ ସମୟରେ ଅନଶନ, ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ରାଜ୍ୟର ମୋଟ ୧୭ ହଜାର ୬୭୫ଜଣ ହୋମଗାର୍ଡ ଏହି ବର୍ଦ୍ଧିତ ଭତ୍ତା ଦ୍ୱାରା ଲାଭବାନ ହେବେ ।

Leave a comment