ପତଳା ହେଵା ପାଇଁ ଡାଏଟରେ ଆପେଲ ସାଇଡର ଭିନେଗରକୁ ସାମିଲ କରୁଛନ୍ତି କି ? ଜାଣନ୍ତୁ ଏହା ଶରୀର ପାଇଁ କେତେ ହିତକର ?

0

ଆପେଲ ସାଇଡର ଭିନେଗର କୁ ଲୋକେ ନିଜର ଆବଶ୍ୟକତା ଅନୁସାରେ ଘରେ ରଖି ଥାଆନ୍ତି l ଅନେକ ଗବେଷଣା ରୁ ଏହା ମଧ୍ୟ ଜଣାପଡିଛି ଯେ ଆପେଲ ସାଇଡର ଭିନେଗର ଅନେକ ଗୁଡିଏ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ମଧ୍ୟ କାମରେ ଆସିଥାଏ l ଏହାଛଡା ଅନେକ ଲୋକ ଆପେଲ ସାଇଡ଼ର ଭିନେଗାର କୁ ଉଷୁମ ପାଣି ସହିତ ଓଜନ ହ୍ରାସ କରିବା ପାଇଁ ସେବନ କରି ଥାଆନ୍ତି l କିନ୍ତୁ ଏହା ଅନ୍ୟ ବିଭିନ୍ନ ଶାରୀରିକ ସମସ୍ୟାର କାରଣ ମଧ୍ୟ ହୋଇଥାଏ l ଆଜି ଆମେ ଜାଣିବା ଖାଲି ପେଟରେ ଆପେଲ ସାଇଡ଼ର ଭିନେଗାର ସେବନ କରିବାର ସାଇଡ ଇଫେକ୍ଟସ ବିଷୟରେ l
ଖାଲି ପେଟରେ ପିଇବାର ପାର୍ଶ୍ୱ ପ୍ରତିକ୍ରିୟା –
ଖାଲି ପେଟରେ ଆପେଲ ସାଇଡ଼ର ଭିନେଗାର ସେବନ କରିବା ଦ୍ୱାରା ଶରୀର ପାଇଁ କ୍ଷତିକାରକ ହୋଇପାରେ l ଏହାଛଡା ଗଳାରେ ସଂକ୍ରମଣ ମଧ୍ୟ ହୋଇପାରେ l ଏସିଡ଼ିଟି ଓ ଗ୍ୟାସ ସମସ୍ୟା ମଧ୍ୟ ଦେଖା ଦେଇପାରେ l ତେଣୁ ଖାଲି ପେଟରେ ଆପେଲ ସାଇଡ଼ର ଭିନେଗାର ସେବନ କରିବା ଉଚିତ ନୁହେଁ l

* ଆପେଲ ସାଇଡ଼ର ଭିନେଗାର ର ସ୍ୱାଦ ସାଇଟ୍ରସ ରହିଥାଇଲ ତେଣୁ ଅଧିକ ସେବନ ଦ୍ୱାରା ଦାନ୍ତ ପାଇଁ କ୍ଷତିକାରକ ହୋଇଥାଏ l ଖୁବ ଶୀଘ୍ର ଦାନ୍ତ ଝଡି ପଡ଼ିବାର କାରଣ ହୋଇଥାଏ l

* ଆପେଲ ସାଇଡ଼ର ଭିନେଗାର ରେ କେମିକାଲ ରହୁଥିବା କାରଣରୁ ଏହା ଭୋକ ମାରିଦେଇ ଥାଏ, ଯେଉଁ କାରଣରୁ ଯାହାବି ଖାଇଲେ ଖାଦ୍ୟ ହଜମ ନହୋଇ ଏସିଡ଼ିଟି ସମସ୍ୟା ଦେଖା ଦିଏ l

* ଅଧିକ ମାତ୍ରାରେ ସେବନ କଲେ ଆମର ଫୁସଫୁସ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ, ଯେଉଁ କାରଣରୁ ପ୍ରଶ୍ୱାସ କ୍ରିୟା ରେ ବାଧା ସୃଷ୍ଟି ହୋଇଥାଏ l
* ଯେବେବି ଆପଣ ଆପେଲ ସାଇଡ଼ର ଭିନେଗାର ସେବନ କରୁଛନ୍ତି ସେତେବେଳେ ଆପଣ ଖାଲି ପେଟରେ ସେବନ କରନ୍ତୁ ନାହିଁ, ଏହାଦ୍ୱାରା ପେଟ ପୋଡିବା ସମସ୍ୟା ଦେଖାଦେଇ ପାରେ l

Leave a comment