ଆପଣ ସକାଳେ ଉଠିବା ବେଳେ ଏହି ଭୁଲ କରୁଛନ୍ତି କି ? ଆପଣଙ୍କର ମୋଟା ହେବାରେ ସମ୍ପୂର୍ଣ୍ଣ ମାତ୍ରାରେ ସାହାଯ୍ୟ କରେ

0

ଗୋଟିଏ ସୁସ୍ଥ ଜୀବନ ପାଇଁ ଶୋଇବା ଖୁବ ଆବଶ୍ୟକ l ଏହାଛଡା ଭରପୁର୍ ନିଦ୍ରାରେ ଶୋଇବା ଦ୍ୱାରା ମଣିଷ କୁ ଦିନ ସାରା କାର୍ଯ୍ୟ କରିବା ପାଇଁ ଶକ୍ତି ଲାଭ ହୋଇଥାଏ l ଏହାର ଅର୍ଥ ନୁହେଁ ଯେ ଭଲ ନିଦ୍ରା ପାଇଁ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୋଇବା ଜରୁରୀ l ଏହାର ଅର୍ଥ ଉଚିତ ମାତ୍ରାରେ ନିଦ୍ରା ପାଇଁ ଆପଣ ଠିକ ସମୟରେ ଶୋଇ ଠିକ ସମୟରେ ଉଠିବା ଆବଶ୍ୟକ l କାହିଁକି ନା ଗବେଷକ ଙ୍କ ମତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୋଇବା ଦ୍ୱାରା ଆପଣ ସାଙ୍ଘାତିକ ଅସୁବିଧାର ସମୁଖୀନ ହୋଇ ପାରନ୍ତି l ଆସନ୍ତୁ ଜାଣିବା ସେହି ସମସ୍ୟା ଗୁଡିକ କଣ ?

– ମଣିଷ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୋଇବା ଦ୍ୱାରା ଶରୀରୀକ ଗତିବିଧି ବାଧା ପ୍ରାପ୍ତ ହୋଇଥାଏ l ଯେଉଁ କାରଣରୁ ଶରୀରରେ ସୁଗାର ସ୍ତର ବୃଦ୍ଧି ହେବାର ସମ୍ଭାବନା ରହିଥାଏ l ଅନେକ ଅଧ୍ୟୟନ ରୁ ଜଣା ପଡିଛି ଯେ ୮ ଘଣ୍ଟା ରୁ ଅଧିକ ଶୋଇବା ଦ୍ୱାରା ଶରୀର ମଧୁମେହ ର ସଂକେତ ଦେଇଥାଏ l

* ଆମେରିକା ଏକାଡେମୀ ଅଫ ସ୍ଲିପ ମେଡ଼ିସିନ ର ସୂଚନା ଅନୁଯାୟୀ ଅଧିକ ଶୋଇବା ଦ୍ୱାରା ହାର୍ଟ ସମ୍ବନ୍ଧୀୟ ସମସ୍ୟା ବୃଦ୍ଧି ହୋଇଥାଏ l ଏହି ଅଧ୍ୟୟନ ରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତିମାନେ ୮ ଘଣ୍ଟା ରୁ ଊର୍ଧ୍ଵ ଶୋଇ ଥାଆନ୍ତି ସେମାନଙ୍କ ନିକଟରେ ହାର୍ଟ ସମ୍ବନ୍ଧୀୟ ସମସ୍ୟା ୩୮ % ଅଧିକ ବୃଦ୍ଧି ପାଇଥାଏ l

– ଅଧ୍ୟୟନ ରେ ଏହା ମଧ୍ୟ କୁହାଯାଇଛି ଆବଶ୍ୟକେତା ଠାରୁ ଅଧିକ ଶୋଇବା ଦ୍ୱାରା ଡିପ୍ରେସନ ସମସ୍ୟା ମଧ୍ୟ ଦେଖାଯାଇ ଥାଏ l ଡେରି ପର୍ଯ୍ୟନ୍ତ ଶୋଇବା ଦ୍ୱାରା ମାନସିକ ଚାପ ବୃଦ୍ଧି ହୋଇଥାଏ l

– ଅଧ୍ୟୟନ ରେ ଏହା ମଧ୍ୟ କୁହାଯାଇଛି ଆବଶ୍ୟକେତା ଠାରୁ ଅଧିକ ଶୋଇବା ଦ୍ୱାରା ଡିପ୍ରେସନ ସମସ୍ୟା ମଧ୍ୟ ଦେଖାଯାଇ ଥାଏ l ଡେରି ପର୍ଯ୍ୟନ୍ତ ଶୋଇବା ଦ୍ୱାରା ମାନସିକ ଚାପ ବୃଦ୍ଧି ହୋଇଥାଏ l

– ଆମେ ଡେରି ସମୟ ପର୍ଯ୍ୟନ୍ତ ଶୋଇବା ଦ୍ୱାରା ଆମର ଫିଜିକାଲ ଆକ୍ଟିଭିଟି ବାଧା ପ୍ରାପ୍ତ ହୋଇଥାଏ ଓ ପାଚନ କ୍ରିୟା ମଧ୍ୟ ବାଧା ସୃଷ୍ଟି ହୋଇଥାଏ l ଯାହାଦ୍ୱାରା ଓଜନ ବୃଦ୍ଧି ଗୋଟିଏ ବଡ଼ କାରଣ ଅଟେ l

Leave a comment