୪ ଜିଲ୍ଲାରେ ବଢିଲା ଗ୍ରୀଷ୍ମ ଛୁଟି ଅବଧି
୪ ଜିଲ୍ଲାରେ ବଢିଲା ଗ୍ରୀଷ୍ମ ଛୁଟି ଅବଧି । ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଜିଲାରେ ଥିବା ସମସ୍ତ ବିଦ୍ୟାଳୟ ୨୧ ନୁହେଁ ୨୨ରେ ଖୋଲିବ ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଉକ୍ତ ଜିଲ୍ଲାଗୁଡିକରେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ୬ଟା ୩୦ରୁ ୧୦ଟା ମଧ୍ୟରେ ହେବ ପାଠପଢ଼ା। ୧୦ଟା ମଧ୍ୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ । ୨୬ ତାରିଖ ଠାରୁ ନିୟମିତ ସମୟାନୁସାରେ ଚାଲିବ ବିଦ୍ୟାଳୟ ବୋଲି ଜଣାପଡ଼ିଛି।
ସେହିପରି ସୁରର୍ଣ୍ଣପୁର ଜିଲ୍ଲାରେ ୨୩ ତାରିଖରେ ଖୋଲିବ ସ୍କୁଲ । ସକାଳୁଆ ସ୍କୁଲ ହେବ। ସକାଳ ସାଢ଼େ ୬ରୁ ସାଢ଼େ ୯ଟା ଯାଏ ଚାଲିବ ସ୍କୁଲ ।୨୬ ତାରିଖ ଠାରୁ ନିୟମିତ ସମୟାନୁସାରେ ସ୍କୁଲ ଚାଲିବ ବୋଲି କୁହାଯାଇଛି।
ପ୍ରକାଶ ଯେ, ୭ ଜିଲାରେ ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ଜିଲା ହେଉଛି ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୋନପୁର ଓ ବଲାଙ୍ଗୀର। ଗତ ୧୯ ତାରିଖରେ ସମସ୍ତ ସ୍କୁଲ ଖୋଲିବାର ଥିଲା । ମାତ୍ର ପ୍ରବଳ ଖରା ହେଉଥିବାରୁ ୨୧ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର।