ମନ୍ତ୍ରୀ ମଣ୍ଡଳରୁ ବାଦ ପଡିଲେ ରୋହିତ ପୂଜାରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମନ୍ତ୍ରୀ ମଣ୍ଡଳରୁ ବାଦ ପଡିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋହିତଙ୍କ ଉପରେ ବିଶ୍ୱାସ ହରାଇଥିବାରୁ ସେ ମନ୍ତ୍ରୀ ପଦ ହରାଇଥିବା ନେଇ ଚର୍ଚ୍ଚା ହେଉଛି । କାରଣ ରୋହିତଙ୍କ ପରଫର୍ମନ୍ସ ସବୁଠାରୁ ଖରାପ ଥିଲା । ମୁଖ୍ୟମନ୍ତ୍ରୀ ନିଜେ ରାଜ୍ୟପାଳଙ୍କୁ ଏନେଇ ସୁପାରିଶ କରିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ବିଭାଗୀୟ ସମୀକ୍ଷାରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ମନ୍ତ୍ରୀମଣ୍ଡଳରୁ ବାଦ ଦେବାକୁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ ।