ଆପଣ ମଧ୍ୟ ଛୋଟ ଛୋଟ କଥାରେ ଅଧିକ ଜୋରରେ ରାଗୁଛନ୍ତି କି ? ଭବିଷ୍ୟତରେ ଏହି ବଡ଼ ୩ ଟି ରୋଗରେ ହୋଇପାରନ୍ତି ଆକ୍ରାନ୍ତ

0

ଆମେ ସାଧାରଣ ଭାବରେ ଘରର ଗୁରୁଜନ ମାନଙ୍କ ଠାରୁ ଶୁଣିଛୁ ଯେ ଅତ୍ୟଧିକ କ୍ରୋଧ ଅନେକ ରୋଗର କାରଣ ହୋଇଥାଏ l ଆଜିର ଯୁବକ ମାନେ ଏହାକୁ ଗ୍ରହଣ କରନ୍ତୁ କି ନାହିଁ କିନ୍ତୁ ଏହା ନିହାତି ସତ୍ୟ ଅଟେ l ଗତ କିଛି ବର୍ଷ ମଧ୍ୟରେ ଡିପ୍ରେସନ, ଚିନ୍ତା , ଉତେଜନା , ଆକ୍ରୋଶ , କ୍ରୋଧ ଖୁବ ଦ୍ରୁତ ଗତିରେ ବଢିବାରେ ଲାଗିଛି l ଖରାପ ଖାଦ୍ୟ ପଦାର୍ଥ ଶୈଳୀ ଓ ଖରାପ ଜୀବନ ଶୈଳୀ ବିଭିନ ରୋଗାର କାରଣ ହୋଇଛି , ଏହି ତାଲିକା ରେ ଗୋଟିଏ ରୋଗ ସାମିଲ ହୋଇଛି ତାହା ହେଉଛି କ୍ରୋଧ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କ୍ରୋଧ ଆହୁରି ଅନେକ ରୋଗ କୁ ଜନ୍ମ ଦେଇଥାଏ l

ଆସନ୍ତୁ ଜାଣିବା କ୍ରୋଧ କାରଣରୁ କେଉଁସବୁ ରୋଗର ଆମେ ସମୁଖୀନ ହୋଇଥାଉ :

-ଉଚ୍ଚ ରକ୍ତଚାପ ଗୋଟିଏ ଏଭଳି ସମସ୍ୟା ଯାହାକି ଅନେକ ରୋଗର କାରଣ ହୋଇଥାଏ l ଆମେ ଏହାକୁ ଶୁଣି ଗୋଟିଏ କାନରେ ପୁରାଇ ଆଉ ଗୋଟିଏ କାନରେ ବାହାର କରିଦେଇ ଥାଉ l ଅତ୍ୟଧିକ କ୍ରୋଧ ହୋଇଥାଏ ଉଚ୍ଚ ରକ୍ତ ଚାପ ର କାରଣ ହୋଇଥାଏ l କ୍ରୋଧ ସମୟରେ ମଣିଷ ର ହାର୍ଟ ଠିକ ଭାବରେ କାର୍ଯ୍ୟ କରି ନଥାଏ l ରକ୍ତ ସଂଚାଳନ ଠିକ ଭାବରେ ହୋଇ ନଥଏ l ଯାହାକି ଉଚ୍ଚ ରକ୍ତ ଚାପ ର କାରଣ ହୋଇଥାଏ l

-ଅତ୍ୟଧିକ କ୍ରୋଧ ଅନେକ ସମୟରେ ହାର୍ଟ ଆଟକ ର ମଧ୍ୟ କାରଣ ହୋଇଥାଏ l ଯେତେବେଳେ ଆପଣ ଅତ୍ୟଧିକ କ୍ରୋଧ କରି ଥାଆନ୍ତି ସେତେବେଳେ ଆପଣଙ୍କ ହାର୍ଟ ଉପରେ ଏହାର ପ୍ରଭାବ ପଡିଥାଏ l ଦ୍ରୁତ ଗତିରେ ପ୍ରଶ୍ୱାସ ଚାଲିବା ସହିତ ରକ୍ତ ଚାପ ବୃଦ୍ଧି ହୋଇ ହାର୍ଟ ଆଟକ ହେବାର ସମ୍ଭାବନା ବଢି ଯାଇଥାଏ l

-ଅତ୍ୟଧିକ କ୍ରୋଧ ବ୍ରେନ ଷ୍ଟ୍ରୋକ ର କାରଣ ହୋଇଥାଏ l ଯେଉଁ କାରଣରୁ ମସ୍ତିକ ରେ ରକ୍ତ ସଞ୍ଚାଳନ ଦ୍ରୁତ ଗତିରେ ବଢି ଯାଇଥାଏ l ବ୍ରେନ ରେ ଅତ୍ୟଧିକ ଦ୍ରୁତ ଗତିରେ ରକ୍ତ ସଞ୍ଚାଳନ ଯୋଗୁଁ ମସ୍ତିଷ୍କ ର ଧମନୀ ଫାଟିବାର ସମ୍ଭାବନା ରହିଥାଏ ଓ ବ୍ରେନ ହାମରେଜ ହୋଇଥାଏ l

Leave a comment