ଆପଣଙ୍କ ଘରେ ଦେଖାଯାଉଛି କି ଏହି ସଂକେତ, ତେବେ ପିତୃଦୋଷ କାରଣରୁ ମିଳିଥାଏ ଏଭଳି ସୂଚନା

0

ହିନ୍ଦୁ ଶାସ୍ତ୍ର ରେ ପୁର୍ବଜ ଙ୍କୁ ଗୋଟିଏ ବିଶେଷ ସ୍ଥାନ ଦିଆଯାଇଛି । କୁହାଯାଏ ଯେ ସେ କୌଣସି ନା କୌଣସି ରୂପରେ ଆମ ମଧ୍ୟରେ ରହିଛନ୍ତି । ଆମର ପୁର୍ବଜ ଙ୍କୁ ଆମେ ପିତୃ ପୁରୁଷ ଭାବରେ ପୂଜା କରିଥାଉ । ମାନ୍ୟତା ରହିଛି ଯେ ଆମ ପିତୃ ପୁରୁଷ ଆମ ଉପରେ ଅସନ୍ତୁଷ୍ଟ ହେବା ଦ୍ଵାରା ଜୀବନ ରେ ବିଭିନ୍ନ ବାଧା ବିଘ୍ନ ଦେଖା ଯାଇଥାଏ ।

ଆସନ୍ତୁ ଜାଣିବା ଶାସ୍ତ୍ର ବିତ ମାନେ ପିତୃ ଦୋଷ ଦେଖା ଗଲେ କେଉଁ ସବୁ ସମସ୍ୟା ଦେଖା ଯାଇଥାଏ :

-ଅନେକ ସମୟରେ ଘରେ ଆମେ ମାନସିକ ଚାପ ଓ ଉତେଜନା ଦେଖା ଯାଇଥାଏ ଓ ଏହାର କାରଣ ଆମେ ବୁଝିବା ମଧ୍ୟ କଷ୍ଟକର ହୋଇ ଯାଇଥାଏ । ବିଶେଷ ଭାବରେ ମାନସିକ ଉତେଜନା ର ଗୋଟିଏ କାରଣ ପିତୃ ଦୋଷ ହୋଇଥାଏ । ତେଣୁ ପିତୃ ଦୋଷ ଦୂର କରିବା ପାଇଁ ଉପାୟ ଖୋଜିବା ଜରୁରୀ ।

-ପିପଲ୍ ବା ଓସ୍ତ ବୃକ୍ଷ ଗୋଟିଏ ପବିତ୍ର ବୃକ୍ଷ ଭାବରେ ଜଣାଶୁଣା ଅଟେ । କିନ୍ତୁ ଘରେ ନାଲଗାଇବା ପାଇଁ କୁହାଯାଇ ଥାଏ । ଯଦି ଏହି ଗଛ କଦାପି ଘରର ବାଡ଼ି ବଗିଚା ରେ ଅଚାନକ ଉଠି ଯାଇଥାଏ , ତେବେ ଏହା ପିତୃ ଦୋଷ ର କାରଣ ହୋଇଥାଏ । ତେବେ ଆପଣ ପିତୃ ଦୋଷ ଦୂର କରିବା ଆବଶ୍ୟକ ଓ ପିତୃ ପୁରୁଷ ଙ୍କୁ ଶାନ୍ତ କରିବା ଉଚିତ୍ ।

-ଯଦି ଆପଣ ଙ୍କ ଘରେ ଲାଗିଥିବା ତୁଳସୀ ଗଛ ଅଚାନକ ଶୁଖି ଯାଇଥାଏ ତେବେ ଏହା ମଧ୍ୟ ପିତୃ ଦୋଷ ର କାରଣ ହୋଇଥାଏ । ତୁଳସୀ ଘରର ସୁଖ ସମୃଦ୍ଧି ର କାରଣ ହୋଇଥାଏ ।ତେଣୁ ତୁଳସୀ ଗଛ ଯଦି ଅଚାନକ ଶୁଖି ଯାଏ ତେବେ ଏହା ଦ୍ଵାରା ଘରକୁ କୌଣସି ବଡ ସମସ୍ୟା ଆସିବାର କାରଣ ହୋଇଥାଏ ।

-ଯଦି ଆପଣ ଙ୍କ ଘରେ କୌଣସି ବିନା କାରଣରେ କଳି ଝଗଡ଼ା ହେଉଛି ତେବେ ଏହା ପିତୃଦୋଷ ର କାରଣ ହୋଇଥାଏ । ତେଣୁ ଆପଣ ଏହାକୁ ତୁରନ୍ତ ନିବାରଣ କରିବାର ଉପାୟ ଅପଣାନ୍ତୁ ।

-ପ୍ରାୟତଃ ଦେଖିବାକୁ ମିଳିଥାଏ ଯେ ପରିବାର ରେ ଅନେକ ସଦସ୍ୟ ଙ୍କ ର ଦେହ ଖରାପ ହୋଇଥାଏ ବା ସେମାନେ ଦେହ ଖରାପ ରେ ବାରମ୍ବାର ପଡ଼ି ଥାଆନ୍ତି । ଯାହା ଦ୍ଵାରା ଅର୍ଥ ହାନି ହୋଇଥାଏ । ଯଦି ଆପଣଙ୍କ ର ଅଯଥା ରେ ବାରମ୍ବାର ପଇସା ଖର୍ଚ୍ଚ ହେଉଛି ତେବେ ଜାଣି ରଖନ୍ତୁ ଯେ ଏହା ପିତୃ ଦୋଷ ର କାରଣ ହୋଇପାରେ ।ତେଣୁ ଏହାର ସମାଧାନ ପାଇଁ ଯଥା ଶୀଘ୍ର ଜ୍ୟୋତିଷ ଙ୍କୁ ଦେଖାଇ ପିତୃ ଦୋଷ ରୁ ମୁକ୍ତି ପାଇବାର ଉପାୟ ଆପଣାନ୍ତୁ ।

Leave a comment