ମାଟ୍ରିକ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ; ୩ ଜୁଲାଇରୁ ହେବ ମାଟ୍ରିକ ସପ୍ଲିମେଣ୍ଟରୀ ପରୀକ୍ଷା
ଦଶମ ଶ୍ରେଣୀରେ ଆଉ ହେବନି ୨ଟି ସମ୍ମେଟିଭ ପରୀକ୍ଷା
ମାଟ୍ରିକ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ କରାଯାଇଛି। ଦଶମ ବୋର୍ଡ ପରୀକ୍ଷା ପୂର୍ବପରି ହେବ। ଦଶମ ଶ୍ରେଣୀରେ ଆଉ ୨ଟି ସମ୍ମେଟିଭ ପରୀକ୍ଷା ହେବନି। ଇଣ୍ଟରନାଲ ଆସେସମେଣ୍ଟ ପୂର୍ବ ପରି ହେବ । ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ୪ଟି ପର୍ଯ୍ୟାୟରେ ହେବ । ଦଶମ ଶ୍ରେଣୀ ପାଇଁ ଅର୍ଦ୍ଧ ବାର୍ଷିକ ପରୀକ୍ଷା ହେବ।ଅର୍ଦ୍ଧ ବାର୍ଷିକ ପରୀକ୍ଷା ପାଇଁ ପ୍ରଶ୍ନ ବୋର୍ଡ ପ୍ରସ୍ତୁତ କରିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି।
କେବଳ ଦଶମ ବାର୍ଷିକ ପରୀକ୍ଷା କରିବ ବୋର୍ଡ। ନବମ ଶ୍ରେଣୀ ପରୀକ୍ଷା ବୋର୍ଡ କରିବ ନାହିଁ କିନ୍ତୁ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ପ୍ରଶ୍ନ ପ୍ରସ୍ତୁତ କରିବ ବୋର୍ଡ। ନବମ ପରୀକ୍ଷା ପରିଚାଳନା କରିବ ସ୍କୁଲ। । ଡିଇଓଙ୍କ ତତ୍ତ୍ବାବଧାନରେ ହେବ ପରୀକ୍ଷା ।
ଚଳିତ ବର୍ଷ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା। ୩ ଜୁଲାଇରେ ହେବ ମାଟ୍ରିକ ସପ୍ଲିମେଣ୍ଟରୀ ପରୀକ୍ଷା । ଜୁଲାଇ ୮ରେ ସରିବ ସପ୍ଲିମେଣ୍ଟାରୀ ପରୀକ୍ଷା । ମେ ୨୬ରୁ ଜୁନ ୧ ପର୍ଯ୍ୟନ୍ତ ସପ୍ଲିମେଣ୍ଟାରୀ ଫର୍ମ ପୂରଣ ହେବ।