ଫୁଲଓ୍ବାମା ପ୍ରତିଶୋଧ, ପିଓକେରେ ବୋମା ମାଡ଼ କଲା ଇଣ୍ଡିଆନ ଏଆରଫୋର୍ସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଲଓ୍ବାମା ଆତଙ୍କବାଦୀ ହାମଲାର ପ୍ରତିଶୋଧ ନେଇଛି ଭାରତ । ମଙ୍ଗଳବାର ଭୋରରୁ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ୧୦୦୦ କେଜି ଓଜନର ବୋମା ପକାଯାଇଛି । ବାୟୁସେନାର ୧୨ ମିରାଜ୍-୨୦୦୦ ଯୁଦ୍ଧବିମାନ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଜୈଶ୍-ଇ-ମହମ୍ମଦ୍ ଆତଙ୍କବାଦୀ ଶିବିରରେ ବୋମା ମାଡ଼ କରିଛି । ଫଳରେ ୨୦୦ରୁ ଊର୍ଦ୍ଧ୍ବ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି ।
ବାଲାକୋଟ, ମୁଜଫରାବାଦ୍ ଏବଂ ଚକୋଟି ଜୈଶ୍ ଶିବିରର ଲଞ୍ଚ ପ୍ୟାଡ୍ ଧ୍ୱଂସ ହୋଇଛି । ଜୈଶ୍ର କଣ୍ଟ୍ରୋଲ ରୁମ୍ ଆଲଫା-୩ ଏହି ବୋମା ମାଡ଼ରେ ନଷ୍ଟ ହୋଇଯାଇଥିବା କୁହାଯାଇଛି ।
ପାକିସ୍ତାନ ସୈନ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଫଟୋରେ ଏହା ସ୍ପଷ୍ଟ ଜଣାପଡ଼ୁଛି । ଭାରତ ପକ୍ଷରୁ ଆକ୍ରମଣ କରାଯାଇଥିଵା ପାକିସ୍ତାନ ସ୍ବୀକାର କରିଛି । ତେବେ ଭାରତର ଏହି ଆକ୍ରମଣ ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି ଏକ ବୈଠକ ଡକାଇଥିବା ଜଣାପଡିଛି ।