ଯଦି ଆପଣର ସିଙ୍ଗିଲ ଚାଇଲଡ ଅଛନ୍ତି, ତେବେ ଏହି ଦିଗ ପ୍ରତି ନିଶ୍ଚିନ୍ତ ଧ୍ୟାନ ଦିଅନ୍ତୁ, ନହେଲେ…

0

ଗତ କିଛି ବର୍ଷ ମଧ୍ୟରେ ୱର୍କିଙ୍ଗ ପ୍ୟାରେଣ୍ଟସ ଙ୍କ ମଧ୍ୟରେ ସିଙ୍ଗଲ ଚାଇଲ୍ଡ଼ ଟ୍ରେଣ୍ଡ ଖୁବ ଚାଲିଛି l ଅଧିକାଂଶ ଲୋକଙ୍କ ପାଇଁ ବଢୁଥିବା ଦ୍ୱାରା ବୃଦ୍ଧି ରେ ପରିବାରର ଖର୍ଚ୍ଚ ମାତ୍ର ଜଣେ ବ୍ୟକ୍ତିଙ୍କ ଖର୍ଚ୍ଚ ରେ ଚାଲିବା ଖୁବ ମୁସ୍କିଲ ହୋଇ ଯାଇଛି l ଏଭଳି ସ୍ଥିତି ରେ ସ୍ୱାମୀ ସ୍ତ୍ରୀ ଉଭୟଙ୍କୁ କାମ କରିବା ପାଇଁ ଘରୁ ବାହାରିବାକୁ ପଡୁଛି l ତେଣୁ କର୍ମଜୀବି ଅଭିଭାବକ ମାନଙ୍କ ମତରେ କେବଳ ଗୋଟିଏ ସନ୍ତାନ ର ଦାୟିତ୍ୱ ହିଁ ଠିକ ଭାବରେ ନେଇ ହେବ l କିନ୍ତୁ ଶିଶୁ ବିଶେଷଜ୍ଞ ଓ ମନୋବିଜ୍ଞାନୀ ଙ୍କ ମତରେ ଆଜିର ଯୁଗରେ ସିଙ୍ଗଲ ଚାଇଲ୍ଡ଼ ମାନେ ଏକୁଟିଆ ହୋଇଥିବା କାରଣରୁ ଅତ୍ୟଧିକ ମାନସିକ ଚାପ ଦେଇ ଗତି କରି ଥାଆନ୍ତି l ଆସନ୍ତୁ ଆଜି ଜାଣିବା ସିଙ୍ଗଲ ଚାଇଲ୍ଡ଼ ହେବାଦ୍ବାରା କି ପ୍ରଭାବ ପଡିଥାଏ ଓ ସେମାନଙ୍କୁ କିପରି ଲାଳନ ପାଳନ କରିବା l

ଆପଣଙ୍କ ସନ୍ତାନ କେତେବେଳେ ଅନୁଭବ କରିଥାଏ ଏକାକୀ – ପ୍ରତ୍ୟେକ ବୟସର ବ୍ୟକ୍ତି ନିଜ ବୟସର ଲୋକଙ୍କ ସହିତ ଅନେକ ସୁଖ-ଦୁଃଖ ବାଣ୍ଟି ଥାଏ l ଯଦି ଆମେ ପିଲାଙ୍କ କଥା କହିବା ସେମାନେ ମଧ୍ୟ ସେଇଆ ଚାହିଁ ଥାଆନ୍ତି l ପିଲାମାନେ ସ୍ୱଭାବରେ ସାମାନ୍ୟ ଦୁଷ୍ଟ ଓ ଚଞ୍ଚଳ ହୋଇ ଥାଆନ୍ତି l ସେମାନଙ୍କ ନିକଟ ରେ ନିଜ ବୟସ ର ପିଲାଙ୍କ ସହିତ ବାଣ୍ଟିବା ପାଇଁ ଅନେକ କଥା ରହିଥାଏ l କିନ୍ତୁ ସିଙ୍ଗଲ ଚାଇଲ୍ଡ଼ ହୋଇଥିବା କାରଣରୁ ଯେତେବେଳେ ତାଙ୍କ ସହିତ ସମବୟସ୍କ ପିଲା କେହି ଭାବନା ବାଣ୍ଟିବା ପାଇଁ ମିଳନ୍ତି ନାହିଁ ସେମାନେ ଏକାକୀ ଅନୁଭବ କରନ୍ତି , ଯାହାକି ତାଙ୍କୁ ଅନେକ ପ୍ରକାରର ମାନସିକ ଚାପ ଆଡକୁ ଟାଣି ନେଇଥାଏ l

ସିଙ୍ଗଲ ଚାଇଲ୍ଡ଼ ହେବା ଦ୍ୱାରା ହୋଇଥାଏ ଏହିସବୁ କ୍ଷତି:

ଅତ୍ୟଧିକ ସ୍ନେହ ମମତା ବିଗାଡି ଦେଇଥାଏ ପିଲାଙ୍କୁ – ସିଙ୍ଗଲ ଚାଇଲ୍ଡ଼ ର ପିତାମାତା ନିଜ ପିଲାକୁ ସ୍ପେଶାଲ ଫିଲ କରାଇବା ପାଇଁ ଅନେକ ଗୁଡିଏ ସ୍ୱାଧୀନତା ଦେଇ ଥାଆନ୍ତି l ସେମାନଙ୍କର ସମସ୍ତ ଇଛା ପୁରାଣ କରନ୍ତି l କିନ୍ତୁ ଏଭଳି କରିବା ଦ୍ୱାରା ପିଲାଟି ବିଗିଡି ଯାଇଥାଏ ଓ ନିଜର ସମସ୍ତ ଇଛା ପୁରଣ କରିବା ପାଇଁ ଯିଦିଆ ସ୍ଵଭାଵ ର ହୋଇଯଏ l ପିଲାଟିର ଏହି ପ୍ରକୃତି ତାର ଭବିଷ୍ୟତ ଓ ବ୍ୟବହାର ଉପରେ ପ୍ରଭାବ ପକାଇଥାଏ l

ଡିପ୍ରେସନ – ସିଙ୍ଗଲ ଚାଇଲ୍ଡ଼ ହୋଇଥିବା କାରଣରୁ ପିତାମାତା ଙ୍କ ଖୁବ ଅଧିକ ଇଛା ରହିଥାଏ l ପିତାମାତା ନିଜେ ଯାହା କରିପାରି ନଥାଆନ୍ତି ତାହା ନିଜ ସନ୍ତାନ ମାନଙ୍କ ଦ୍ୱାରା ପୁରା କରିବାକୁ ଇଛା କରନ୍ତି l ଯେଉଁ କାରଣରୁ ପିଲାଟି ଅଧିକ ଚାପ ଅନୁଭବ କରିଥାଏ ଓ ଡିପ୍ରେସନ ର ଶିକାର ହୋଇଥାଏ l

ଆତ୍ମବିଶ୍ୱାସର କମୀ – ପିଲାଟି ସବୁବେଳେ ଏକୁଟିଆ ଘରେ ରହିଥିବା କାରଣରୁ ମିସାଣିଆ ସ୍ଵଭାଵ ର ହୋଇପାରେ ନାହିଁ l ଏଭଳି ପିଲାମାନେ ଅନ୍ୟ ମାନଙ୍କ ସହିତ କଥାବାର୍ତା କରିବା ପାଇଁ ସଂକୋଚ ଅନୁଭବ କରନ୍ତି l ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ର କମି ହୋଇଥାଏ l

ସାମାଜିକ ହେବା ଶିଖାନ୍ତୁ – ଯେଉଁ ପିତାମାତା ଙ୍କ ର ସିଙ୍ଗଲ ଚାଇଲ୍ଡ଼ ଅଛନ୍ତି ସେମାନେ ନିଜ ପିଲାକୁ ସାମାଜିକ ହେବା ଶିଖାଇବା ଜରୁରୀ l ପିଲାଟି କୁ ନୂଆ ନୂଆ ସାଙ୍ଗ କରିବାକୁ କୁହନ୍ତୁ l ଏବଂ ନିଜ ପିଲାକୁ ଶିଖାନ୍ତୁ କିଭଳି ସୋସିଆଲ ସର୍କଲ ଦ୍ୱାରା ନିଜକୁ ଖୁସି ରଖି ହେବ l

ଆତ୍ମନିର୍ଭର ହେବା ଶିଖାନ୍ତୁ – ଯେଉଁ ପିଲାମାନେ ଏକାକୀ ହୋଇ ଥାଆନ୍ତି ସେମାନଙ୍କ ପିତାମାତା ତାଙ୍କ ସମସ୍ତ କାର୍ଯ୍ୟ ନିଜେ କରି ଦିଅନ୍ତି l ଯେଉଁ କାରଣରୁ ପିଲାଟି ଆତ୍ମନିର୍ଭର ହୋଇ ପାରେ ନାହିଁ l ତେଣୁ ବଡ ହେବା ପରେ ମଧ୍ୟ ସେ ନିଜ ପିତାମାତା ଙ୍କ ଉପରେ ନିର୍ଭର କରିଥାଏ l ତେଣୁ ଆପଣଙ୍କ ସନ୍ତାନ କୁ ଆତ୍ମନିର୍ଭର କରିବା ପାଇଁ ମାନସିକ ଭାବରେ ପ୍ରସ୍ତୁତ କରନ୍ତୁ l

ପିଲା ମାନଙ୍କୁ ସେୟାରିଂ ର ମହତ୍ୱ ବୁଝାନ୍ତୁ – ଅନେକ ଭାଇ ଭଉଣୀ ହୋଇଥିବା କାରଣରୁ ସମସ୍ତେ ସେୟାରିଂ ର ମହତ୍ୱ ବୁଝନ୍ତି ଓ ସବୁକିଛି ମିଳିମିଶି ବାଣ୍ଟି ନିଅନ୍ତି l ତାହା କୌଣସି ଜିନିଷ ହେଉ କିମ୍ବା ଦୁଃଖସୁଖ l କିନ୍ତୁ ସିଙ୍ଗଲ ଚାଇଲ୍ଡ଼ ଏହିସବୁ କଥା ବୁଝିପାରେ ନାହିଁ l ତେଣୁ ଏଭଳି ସ୍ଥିତି ରେ ପିତାମାତା ଙ୍କ କର୍ତବ୍ୟ ହେଉଛି ପିଲାଟି କୁ ସେୟାରିଂ ର ମହତ୍ୱ ବୁଝାଇବା l

ବନ୍ଧୁ ଭଳି ମିଶନ୍ତୁ – ଯେହେତୁ ଆପଣଙ୍କ ସନ୍ତାନ ଟି ସିଙ୍ଗଲ ଚାଇଲ୍ଡ଼ ହୋଇଥାଏ ତେଣୁ ସେ ନିଜର ମନର ଭାବ ସବୁ ସମୟରେ ପ୍ରକାଶ କରିପାରେ ନାହିଁ l ତେଣୁ ତା ସହିତ ପିଲାଟି ଦିନରୁ ଗୋଟିଏ ବନ୍ଧୁ ଭଳି ମିଶି ବା ଜରୁରୀ l ଯାହାଦ୍ୱାରା ସେ ନିଜର ମନର ଭାବ ଖୁବ ସହଜରେ ପ୍ରକାଶ କରିପାରିବ l

Leave a comment