ଦିଦିଙ୍କୁ ଭେଟିଲେ ଦବଙ୍ଗ ଖାନ
ବଲିଉଡ୍ର ଦବଙ୍ଗ ଖାନ୍ କୋଲକାତାରେ। ଇଷ୍ଟ ବଙ୍ଗାଲ କ୍ଲବ୍ ଗ୍ରାଉଣ୍ଡରେ ଶନିବାର ସନ୍ଧ୍ୟା Da-Bangg କନସର୍ଟ ହେବ। ଏଥିରେ ପରଫର୍ମ କରିବାକୁ ସଲମାନ ଖାନ ଓ ସୋନାକ୍ଷୀ ସିହ୍ନା କୋଲକାତାରେ ପହଞ୍ଚିଛନ୍ତି। ମମତା ବାନାର୍ଜୀଙ୍କୁ ଭେଟିବାକୁ ସଲମାନ ଖାନ ବୁଲେଟ୍ ପ୍ରୁଫ୍ କାରରେ ତାଙ୍କ ନିବାସରେ ପହଞ୍ଚି ଥିଲେ।
ସାଥିରେ ବଡ଼ିଗାର୍ଡ ଶେରା ମଧ୍ୟ ନଜର ଆସି ଥିଲେ। ଗାଡ଼ିରୁ ଓହ୍ଲାଇ ସଲମାନ ଖାନ ମିଡ଼ିଆକୁ କିଛି ସମୟ ପୋଜ୍ ଦେଇ ଥିଲେ। ଏହାପରେ ମମତା ବାନାର୍ଜୀ ଘର ବାହାରେ ସଲମାନ ଖାନଙ୍କୁ ସ୍ୱାଗତ କରି ଥିଲେ । ଏହାପରେ ଦୁହେଁ ପରସ୍ପରକୁ ସ୍ୱାଗତ କରି ଥିଲେ।
ସଲମାନ ଖାନ , ମମତା ବାନାର୍ଜୀଙ୍କ ମଧ୍ୟରେ ସାକ୍ଷାତ ପାଖାପାଖି ଅଧ ଘଣ୍ଟା ଧରି ଚାଲିଥିଲା। ଭାଇଜାନ , ମୁଖ୍ୟମନ୍ତ୍ରୀ ନିବାସରୁ ଇଭେଣ୍ଟ ଅଭିମୁଖେ ଯାତ୍ରା କରି ଥିଲେ। ହେଲେ ଏହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ କି ଦୁହିଁଙ୍କ ମଧ୍ୟରେ କଣ କଥାବାର୍ତ୍ତା ହେଲା।
ଆପଣଙ୍କୁ କହି ରଖୁଛୁ କି , ସଲମାନ ଖାନ କୋଲକାତା ୧୩ ବର୍ଷ ପରେ ଯାଇଛନ୍ତି । ଏହା ପୂର୍ବରୁ ସେ ନିଜର ଫିଲ୍ମ ୱାଣ୍ଟେଡ ପ୍ରମୋଟ କରିବାକୁ ଏହି ସହରକୁ ଯାଇଥିଲେ । ସଲମାନ Da-Bangg ଦ ଟୁର ରିଲୋଟେଡ୍ ରେ କୋଲକାତାର ଅଡିୟାନ୍ସଙ୍କ ମନୋରଞ୍ଜନ କରିବେ । ଏହି ପ୍ରୋଗ୍ରାମ ସଲମାନ ଗତ ୩ ବର୍ଷ ହେଲା ସଫଳତାପୂର୍ବକ ଜାରି ରଖିଛନ୍ତି। ଏହି ଟୁର୍ରେ ସଲମାନ ଭାରତ ବ୍ୟତୀତ ବିଦେଶରେ ମଧ୍ୟ ଅନେକ ସହରକୁ ଯାଇ ପରଫର୍ମ କରିଥାନ୍ତି ।