ଏହି ଛୋଟ ଛୋଟ ଭୁଲ ପାଇଁ ଘରର ସୁଖ ସମୃଦ୍ଧିରେ ବାଧା ସୃଷ୍ଟି ହୋଇଥାଏ

0

ପ୍ରତ୍ୟେକ ମଣିଷ ନିଜ ଜୀବନ ରେ ଓ ଘରେ ସୁଖ ସମୃଦ୍ଧି ଚାହିଁ ଥାଆନ୍ତି l କିନ୍ତୁ ଆମ ମାନଙ୍କର କିଛିଟା ଭୁଲ କାରଣରୁ ଆମ ଜୀବନ ରେ ବିଭିନ୍ନ ବାଧାବିଘ୍ନ ଦେଖା ଦେଇଥାଏ l ତେଣୁ ସବୁବେଳେ ଆମେ ସେଥିପ୍ରତି ସତର୍କ ରହିବା ଜରୁରୀ l ଆସନ୍ତୁ ଜାଣିବା ସେହି ଭୁଲ ଗୁଡିକ କଣ ?

– ପ୍ରତିଦିନ ଘର ଧୁଆ ପୋଛା ସାରିବା ପରେ ହଳଦୀ ଓ ପାଣି କୁ ମିଶାଇ ଗୋଟିଏ ଘୋଳ ପ୍ରସ୍ତୁତ କରନ୍ତୁ, ଏହାପରେ ଗୋଟିଏ ପାନପାତ୍ର ନେଇ ତାହାକୁ ଏହି ପାଣିରେ ବୁଡାଇ ଘର ର ଚାରିଆଡେ ଏହି ପାଣିକୁ ଛିଞ୍ଚନ୍ତୁ l ଏହାଦ୍ୱାରା ଘରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ ଓ ଶାନ୍ତି ମଧ୍ୟ ରହିଥାଏ l ଏହାଛଡା ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ l

-ଅନେକ ସମୟରେ ଆମେ ଧାର୍ମିକ ପୁସ୍ତକ କୁ ଘରର ଯେକୌଣସି ସ୍ଥାନରେ ରଖି ଦେଇଥାଉ l ବାସ୍ତୁ ଶାସ୍ତ୍ର ଅନୁସାରେ ଧାର୍ମିକ ପୁସ୍ତକ କୁ କଦାପି ଯେ କୌଣସି ସ୍ଥାନରେ ରଖିବା ଉଚିତ ନୁହେଁ, ଏହାଦ୍ୱାରା ବାସ୍ତୁ ଦୋଷ ବୃଦ୍ଧି ପାଇଥାଏ l ଧାର୍ମିକ ପୁସ୍ତକ ଓ ଗ୍ରନ୍ଥ ସର୍ବଦା ପଶ୍ଚିମ ଦିଗରେ ରଖିବା ଆବଶ୍ୟକ l ଏହାଦ୍ୱାରା ଘରର ବାତାବରଣ ଶୁଦ୍ଧ ରହିଥାଏ l

– ପ୍ରତିଦିନ ଘରର ଠାକୁର ଘରେ ସକାଳେ ଓ ସନ୍ଧ୍ୟାରେ ଦୀପ ଜଳାଇବା ଶୁଭ ହୋଇଥାଏ l ଏହାଦ୍ୱାରା ଘରର ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ lଘରେ ଶଙ୍ଖ ଓ ଘଣ୍ଟି ବାଜିବା ଦ୍ୱାରା ବାତାବରଣ ରେ ଶୁଦ୍ଧତା ଆସିଥାଏ ଓ ବାସ୍ତୁ ଦୋଷ ଦୂର ହୋଇଥାଏ l

– ଝାଡୁ ଘରର ଗୋଟିଏ ମହତ୍ଵପୁର୍ଣ ଜିନିଷ ଅଟେ l ଏହାକୁ କଦାପି ଘରର ମୁଖ୍ୟ ଦ୍ୱାର ନିକଟରେ ରଖିବା ଉଚିତ ନୁହେଁ l ଯଦି ଝାଡୁ ରେ ଗୋଡ଼ ବାଜିଥାଏ ତେବେ ଏହା ଧନ ହାନିର କାରଣ ହୋଇଥାଏ l ଝାଡୁ ଉପରେ କୌଣସି ଭାରି ଜିନିଷ ମଧ୍ୟ ରଖିବା ଉଚିତ ନୁହେଁ l

-ନିଜ ଘର ଲିଭିଂଗ ଏରିଆ ରେ ସବୁଜ ଗଛପତ୍ର ଥିବା ଚିତ୍ର ଲଗାନ୍ତୁ l ଯେପରିକି ପ୍ରକୃତି ଭରି ରହିଥିବା ସୁନ୍ଦର ଚିତ୍ର ହୋଇଥିବା ଆବଶ୍ୟକ l ଏହାଦ୍ୱାରା ଘରର ମୁରବୀଙ୍କ ମାନସିକ ଚାପ ଦୂର ହୋଇଥାଏ ଓ ଜୀବନ ରେ ଶାନ୍ତି ରହିଥାଏ l

– ଘରର ଉତର -ପୂର୍ବ ଦିଗରେ କଦାପି ଆବର୍ଜନା ରହିବାକୁ ଦିଅନ୍ତୁ ନାହିଁ l ନା କୌଣସି ଭାରି ଜିନିଷ କିମ୍ବା କୌଣସି ମେସିନ ରଖନ୍ତୁ l ନିଜ ବଂଶ ର ଉନ୍ନତି ପାଇଁ ଘରର ମୁଖ୍ୟ ଦ୍ଵାରର ଉଭୟ ପାର୍ଶ୍ୱରେ ଅଶୋକ ବୃକ୍ଷ ଲଗାନ୍ତୁ l ଯାହା ସମୃଦ୍ଧିର ପ୍ରତୀକ ଅଟେ l

– ନିଜ ଘରର ଐଶାନ୍ୟ କୋଣରେ ଅଥବା ବ୍ରହ୍ମ ସ୍ଥଳରେ ସ୍ଫଟିକ ଶ୍ରୀଯନ୍ତ୍ର ଶୁଭ ମୁହୁର୍ତରେ ସ୍ଥାପନ କରନ୍ତୁ l ଏହି ଯନ୍ତ୍ର ଲକ୍ଷ୍ମୀ ପ୍ରଦାୟକ ହୋଇଥାଏ l ଏହାଛଡା ଘର ବାସ୍ତୁ ଦୋଷ ମଧ୍ୟ ନିବାରଣ କରିଥାଏ l

-ନିଜ ଘରର ଉତ୍ତର – ପୂର୍ବ ଦିଗରେ ତୁଳସୀ ଗଛ ଲଗାଇବା ଶୁଭ ହୋଇଥାଏ l ସନ୍ଧ୍ୟା ସମୟରେ ଏଠାରେ ଗୋଟିଏ ଘିଅ ଦୀପ ନିହାତି ଲଗାଇବା ଜରୁରୀ l ମା ବୃନ୍ଦାବତୀ ମଧ୍ୟ ତୁଳସୀ ଙ୍କ ସ୍ୱରୂପ ହୋଇ ଥାଆନ୍ତି l ଯାହାଦ୍ୱାରା ଘର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ l

-କଦାପି ଠାକୁରଙ୍କ ନିକଟରୁ ବାହାରି ଥିବା ସୁଖୀଲା ଫୁଲ ଘରେ ରଖିବା ଉଚିତ ନୁହେଁ l ଏହା ଅର୍ଥ ହାନି ର କାରଣ ହୋଇଥାଏ ଓ ସମୃଧିରେ ବାଧକ ସାଜିଥାଏ l ଏହାଛଡା ନିଜ ଫୁଲ ଡାନିରେ ମଧ୍ୟ ସୁଖୀଲା ଫୁଲର ଖନ୍ତୁ ନାହିଁ l

Leave a comment