ଏହି ୫ଟି ଭୁଲ ପାଇଁ ସ୍ୱାମୀସ୍ତ୍ରୀ ଙ୍କ ମଧ୍ୟରେ ସୃଷ୍ଟି ହୋଇଥାଏ ବିଚ୍ଛେଦ; ସମସ୍ୟ ଥାଉ ଥାଉ ହୋଇଯାନ୍ତୁ ସତର୍କ

0

ବିବାହକୁ ୭ଜନ୍ମ ର ବନ୍ଧନ ବୋଲି କୁହାଯାଇଥାଏ l କିନ୍ତୁ ଅନେକ ସମୟରେ ବିବାହର କିଛିବର୍ଷ ପରେ ସ୍ୱାମୀସ୍ତ୍ରୀ ଅଲଗା ହୋଇଯିବାର ମଧ୍ୟ ଆମେ ଅନେକ ସମୟରେ ଦେଖିବାକୁ ପାଇଥାଉ l ବିବାହ ଭଳି ପବିତ୍ର ବନ୍ଧନରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ମନମାଳିନ୍ୟ ହେବା ସାଧାରଣ କଥା ହୋଇଥାଏ l କିନ୍ତୁ ଅନେକ ଦିନରୁ ଏକ ସାଙ୍ଗରେ ଜୀବନ ସାରା ରହିବl ପାଇଁ ପ୍ରତିଶୃତି ଦେଇଥିବା ପତିପତ୍ନୀ ଯେତେବେଳେ ଅଲଗା ରହିବା ପାଇଁ ନିଷ୍ପତି ନେଇ ଥାଆନ୍ତି ତାହା ଖୁବ ଚିନ୍ତା ର କାରଣ ହୋଇଥାଏ l ତେବେ ଆସନ୍ତୁ ଜାଣିବା ବିବାହ ପରେ କେଉଁସବୁ ଭୁଲ କାରଣରୁ ସ୍ୱାମୀସ୍ତ୍ରୀ ଅଲଗା ହେବାର ନିଷ୍ପତି ନେଇଥାଆନ୍ତି l

କମ୍ୟୁନିକେସନ ପ୍ରୋବ୍ଲେମ –

ଦୁଇଜଣଙ୍କ ମଧ୍ୟରେ ବିବାହ ବିଛେଦର ସବୁଠୁ ବଡ଼ କାରଣ ହେଲକମ୍ୟୁନିକେସନ ନରହିବା l ସ୍ୱାମୀସ୍ତ୍ରୀ ଯଦି ନିଜ ମଧ୍ୟରେ ଭାବର ଆଦାନପ୍ରଦାନ ନକରିବେ ତେବେ ସେମାନଙ୍କ ମଧ୍ୟରେ ଦୂରତା ବଢ଼ିଯିବ ଓ ଭୁଲ ଧାରଣା ମଧ୍ୟ ସୃଷ୍ଟି କରିବ l ଯାହାକି ଦୂରତା ର କାରଣ ହୋଇ ଵିଵାହାବିଛେଦ ପର୍ଯ୍ୟନ୍ତ ଯାଇଥାଏ l

ଚାଟିଙ୍ଗ –

ବିବାହ ପରେ ପ୍ରତ୍ୟେକ ବ୍ୟକ୍ତି ଚାହିଁ ଥାଆନ୍ତି ତାଙ୍କ ପାର୍ଟନର ତାଙ୍କ ପ୍ରତି ଲୟଲ ରୁହନ୍ତୁ l କିନ୍ତୁ ବେଳେ ଏକ୍ସଟ୍ରା ମାରିଟାଲ ବିବାହ ବିଛେଦର କାରଣ ହୋଇଥାଏ l ଯାହାଦ୍ୱାରା ପ୍ରତାଡ଼ିତ ବ୍ୟକ୍ତି ନିଜକୁ ଭିତରୁ ନିଜକୁ ସମ୍ଭାଳି ପରି ନଥାଏ ଓ ବିବାହ ବିଛେଦ ହୋଇଥାଏ l ତେଣୁ ନିଜ ସମ୍ପର୍କ କୁ ନେଇ ସବୁବେଳେ ଲୟଲ ହେବା ଉଚିତ l

ଏଦ୍ୟୁସିଭ ରିଲେସନସିପ –

ଏଭଳି ଦମ୍ପତି ଯିଏକି ସାଧାରଣ ଭାବରେ ଇମୋସନାଲ ଓ ଫିଜିକାଲି ଏବ୍ୟୁଜେ ର ସାମ୍ନା କରି ଥାଆନ୍ତି ସେମାନଙ୍କ ନିକଟରେ ମଧ୍ୟ ଖୁବ ଶୀଘ୍ର ବିବାହ ବିଛେଦ ଦେଖିବାକୁ ମିଳିଥାଏ l ତେଣୁ ସ୍ୱାମୀ ସ୍ତ୍ରୀ ଉଭୟ ଉଭୟଙ୍କର ଇମୋସନ କୁ ସବୁବେଳେ ବୁଝିବା ଜରୁରୀ l

ଇନ୍ଟି ମେଣ୍ଟ ହେବାରେ କମି –

ଜର୍ଣ୍ଣାଲ ଫ୍ର ସେକ୍ସ ଏଣ୍ଡ ମେରିଟଲ ଥେରାପି ରେ ଵିଵାହାବିଛେଦ କୁ ନେଇ ପ୍ରକାଶିତ ହୋଇଥିବା ଗୋଟିଏ ଷ୍ଟଡି ଅନୁସାରେ ୨୩୭୧ ଲୋକଙ୍କ ନେଇ ହୋଇଥିବା ଅଧ୍ୟୟନ ଅନୁସାରେ ଵିଵାହାବିଛେଦର ପଚାର ସବୁଠୁ ବଡ କାରଣ କଣ ? ଏଥିରୁ ୪୭ ପ୍ରତିଶତ ଲୋକଙ୍କର ଜବାବ ଥିଲା ଇନ୍ଟି ମେଣ୍ଟ ର କମି l ଯାହାକି ସ୍ୱାମୀସ୍ତ୍ରୀ ଙ୍କ ମଧ୍ୟରେ ଗୋଟିଏ ଦୂରତା ର କାରଣ ସୃଷ୍ଟି କରିଥାଏ l

ଆର୍ଥିକ ଅସୁବିଧା –

ଯେତେବେଳେ ସ୍ୱାମୀସ୍ତ୍ରୀ ମଧ୍ୟରେ ଆର୍ଥିକ ସ୍ଥିତି କୁ ନେଇ କୌଣସି ଅସୁବିଧା ଦେଖା ଦେଇଥାଏ ସେତେବେଳେ ବାରମ୍ବାର ମତଭେଦ ଦେଖା ଦେଇଥାଏ , ଯାହାକି ସର୍ବଦା କଳହର କାରଣ ହୋଇ ବିବାହ ବିଚ୍ଛେଦ ଘଟିଥାଏ l ତେଣୁ ପରିସ୍ଥିତି ଯାହାବି ହେଉନା କାହିଁକି ଉଭୟ ସ୍ୱାମୀ ସ୍ତ୍ରୀ ସବୁକିଛି ସାମ୍ନା କରି ସବୁତିକ ଏକ ସାଙ୍ଗରେରହିବା ଉଚିତ l

Leave a comment