ପିଲାବେଳୁ ରୋଗୀ ସେବା ପ୍ରତିି ମୋର ଦୁର୍ବଳତା ରହିଛି: ପିୟୁସ

0

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ରାଜଧାନୀ ଉପକଣ୍ଠ ନିଳାଦ୍ରିବିହାର ଡିଏଭି ପବ୍ଲିକସ୍କୁଲର ଛାତ୍ର ପିୟୁସ ଜେନା ୯୫.୨%ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କର ଏହି କୃତକାର୍ଯ୍ୟ ପାଇଁ ସେ ପରିବାର ଲୋକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଶ୍ରେୟ ଦେଇଛନ୍ତି ।

ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବାପା-ମାଆ ଓ ପରିବାର ଲୋକଙ୍କ ଆର୍ଶିବାଦ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପ୍ରେରଣା ପାଇଁ ମୁଁ ଆଜି ୯୫.୨%ନମ୍ବର ରଖିବାରେ ସଫଳ ହୋଇଛି । ଆଗକୁ ଭଲ ପାଠ ପଢି ଜଣେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛି । ରୋଗୀ ସେବା ହିଁ ମାଧବ ସେବା । ପିଲାବେଳରୁ ରୋଗୀ ସେବା ପ୍ରତିି ମୋର ଦୁର୍ବଳତା ରହିଛି । ଗୁରୁଜନଙ୍କ ଆର୍ଶିବାଦ ରହିଲେ, ମୁଁ ଜଣେ ଭଲ ଡାକ୍ତର ହୋଇପାରିବି ।

ଉଲ୍ଲେଖଥାଉ କି, ସେ ଜଣେ ମେଧାବୀ ଛାତ୍ର ହେବ ସହ ଖେଳରେ ମଧ୍ୟ ଚମ୍ପିୟାନ ଅଟନ୍ତି । ପିୟୁସ ଦଶମ ଶ୍ରେଣୀ ପରୀକ୍ଷାରେ ୯୯.୨% ପ୍ରତଶତ ମାର୍କ ରଖି କୃତକାର୍ଯ୍ୟ ହୋଇଥିଲେ । ପିୟୁସ ଜେନା ପୂର୍ତ୍ତବିଭାଗର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା ଓ ଭାଗ୍ୟଲକ୍ଷ୍ମୀ ଜେନାଙ୍କ ସୁପୁତ୍ର ଅଟନ୍ତି ।

Leave a comment