କନସେନଟ୍ରିକ୍ସ କଷ୍ଟୋମର ଏକ୍ସପେରିଏନ୍ସ ସେଣ୍ଟରର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

0

ଶିକ୍ଷା, ସ୍ବାସ୍ଥ୍ୟ ଓ କ୍ରୀଡ଼ା ପର ଆଇଟି ହବ୍ ପାଲଟିଛି ଭୁବନେଶ୍ବର । ଆଇଟି ଓ ବିପିଓ କ୍ଷେତ୍ରରେ ବିଶ୍ବସ୍ତରୀୟ ହେଉଛି ଓଡ଼ିଶା । ଓଡ଼ିଶାରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଆଇଟି ଓ ବିପିଓ କମ୍ପାନୀ । ଏହି କ୍ରମରେ ଆଜି ଭୁବନେଶ୍ବରରେ ଖୋଲିଛି କନସେନଟ୍ରିକ୍ସ କଷ୍ଟୋମର ଏକ୍ସପେରିଏନ୍ସ ସେଣ୍ଟର ।

ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ଓଡ଼ିଶାରେ ୨ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ । ପୂର୍ବରୁ ଭୁବନେଶ୍ବରରେ ଆଇବିଏମ, ହାପିଏଷ୍ଟ ମାଇଣ୍ଡ, ଇନଟେକଚର ଟେକ୍, ଇନୋଭେୟାର ଓ ଡେଲଏଟ ଭଳି ଆଇଟି କମ୍ପାନୀ ଓଡ଼ିଶାରେ ନିଜର ଶାଖା ଖୋଲି ସାରିଛନ୍ତି ।

 

 

 

Leave a comment