ଜଳୁଛି ମଣିପୁର; ଆଦିବାସୀ-ଅଣଆଦିବାସୀ ମୁହାଁମୁହିଁ

0

ଅଶାନ୍ତ ହୋଇ ଉଠିଛି ମଣିପୁର । ମୁହାଁମୁହିଁ ହୋଇଛନ୍ତି ଆଦିବାସୀ ଓ ଅଣଆଦିବାସୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଜଳୁଛି ଅଶାନ୍ତିର ନିଆଁ । କେଉଁଠି ଘର ପୋଡିଛି ତ ପୁଣି କେଉଁଠି ଚାଲିଛି ମୁହାଁମୁହିଁ । ମୈତେଇ ସମୁଦାୟ ଅନୁସୂଚିତ ଜନଜାତିରେ ସାମିଲ ହେବାକୁ ଦାବି କରୁଥିବାବେଳେ ଏହାକୁ ଆଦିବାସୀ ଏକତା ମୋର୍ଚ୍ଚ ତରଫରୁ ତ୍ରୀବ ବିରୋଧ କରାଯାଇଛି ।

ଏହାକୁ ନେଇ ବୁଧବାର ରାତିର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛି । ଘଟଣା ପରେ ମଣିପୁରର ୮ଟି ଜିଲ୍ଲାରେ କଫ୍ୟୁ ଲଗାଯାଇଛି । ୫ଦିନ ପାଇଁ ରାଜ୍ୟରେ ମୋବାଇଲ ଓ ଇଂଟରନେଟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ସେନା ଓ ଆସାମ ରାଇଫଲସକୁ ମୃତୟନ କରାଯାଇଛି । ବିଭିନ୍ନ ସ୍ଥାନରେ ଫ୍ଲାର୍ଗ ମାର୍ଚ୍ଚ କରୁଛି ପୁଲିସ । ସେପଟେ ହିଂସା ପରେ ୪ହଜାର ଲୋକଙ୍କୁ ସେନା ଶିବିର ଓ ସରକାରୀ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି ।

ମୈତି ସମ୍ପ୍ରଦାୟଙ୍କ ଆଦିବାସୀ ମାନ୍ୟତା ଦାବି ପରେ ଏହାକୁ ବିରୋଧ କରିଛି ନିଖିଳ ଆଦିବାସୀ ଛାତ୍ର ସଂଘ । ମଣିପୁରର ମୋଟ ଜନସଂଖ୍ୟାର ୫୩% ହେଉଛନ୍ତି ମୈତି ସମ୍ପ୍ରଦାୟ । ସେମାନେ ରାଜ୍ୟର ମୋଟ ୧୦% ଅଂଚଳରେ ସୀମାବଦ୍ଧ ରହିଛନ୍ତି । ବେଆଇନ ମିଆଁମାର ଓ ବାଙ୍ଗଲାଦେଶ ନାଗରିକଙ୍କ ଅନୁପ୍ରବେଶକୁ ବିରୋଧ କରୁଛନ୍ତି । ରାଜ୍ୟର ୯୦% ଅଂଚଳରେ ଆଦିବାସୀମାନେ ବସବାସ କରୁଥିବାବେଳେ ମୈଇତିମାନେ ୬୦ ଆସନ ବିଶିଷ୍ଟ ବିଧାନସଭାରେ ଦୁଇ ତୃତୀୟାଂଶ ଆସନ ହାସଲ କରିଛନ୍ତି । ରାଜ୍ୟରେ ଆଦିବାସୀଙ୍କ ଜନସ୍ୱାର୍ଥ ପାଇଁ ନାଗା, ଜୋମି ଓ କୁକି ସମ୍ପ୍ରଦାୟ ଲଢେଇ ଜାରି ରଖିଛନ୍ତି । ଏସଟି ତାଲିକାରେ ମୈତିମାନଙ୍କୁ ସାମିଲ କରିବା ପାଇଁ ଚିନ୍ତା କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇସାରିଛନ୍ତି । ସେପଟେ ମଣିପୁରର ବର୍ତମାନର ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ବକ୍ସି ଚାମ୍ପିୟନ ମାରିକମ । ଗୁରୁବାର ଟୁଇଟ କରି କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ହିଂସା ଫଟୋକୁ ଟୁଇଟ କରି ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ଟ୍ୟାଗ୍ କରିଛନ୍ତି ।

୫ଦିନ ଧରି ପ୍ରଦର୍ଶନ ଜାରି ରହିିଥିବାବେଳେ ବୁଧବାର ରାତିରେ ଏହା ଉଗ୍ର ରୂପ ନେଇଥିଲା । ସେପଟେ ରାଜ୍ୟ ସରକାର ସମସ୍ତ ସ୍ଥିିତିର ମୁକାବିଲା ପାଇଁ ଜରୁରୀ ପଦକ୍ଷେପ ଉଠାଯିବ ବୋଲି କହିଛନ୍ତି।

 

 

 

Leave a comment