ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା

0

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା । ୬ତାରିଖରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୭ତାରିଖରେ ଲଘୁଚାପ ରୂପ ନେବା ଆକଳନ କରାଯାଇଛି । ୮ତାରିଖରେ ଅବପାତ ନେଇ ପୂର୍ବାନୁମାନ କରାଯାଇଛି । ଉତ୍ତର ଦିଗକୁ ଯାଇ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମୁହାଁଇବ । ଗତି କରିବା ପରେ ଆହୁରି ଶକ୍ତିଶାଳୀ ହେବା ଆଶଙ୍କା ରହିଛି । ଲଘୁଚାପ ସୃଷ୍ଟି ପରେ ଗତିପଥ ସୃଷ୍ଟି ହେବ । ଭାରତୀୟ ପାଣିପାଗ ବିଭାଗ ଏ ନେଇ ସୂଚନା ଦେଇଛି ।

ଗ୍ରୀଷ୍ମକାଳିନ ବାତ୍ୟା ଆକସ୍ମିକ ହୋଇଥିବାରୁ, ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଆଗୁଆ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ରାଜ୍ୟ ସରକାର । ସମସ୍ତ ବିଭାଗର ସଚିବମାନଙ୍କ ସହ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକ କରି ଗ୍ରୀଷ୍ମ ଋତୁ ବାତ୍ୟାର ଗତି ନେଇ ଆଲୋଚନା କରିଛନ୍ତି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଓଡିଆରଏଫ୍, ଏନଡିଆରଏଫ୍ ସହ ଜରୁରୀକାଳୀନ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a comment