ଆଶାରାମ ବାପୁଙ୍କୁ ମିଳିଲା ଜାମିନ

0

ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁଙ୍କୁ ମଙ୍ଗଳବାର ରାଜସ୍ଥାନ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଆଶାରାମ କୁଆଡେ ଜାମିନ ପାଇବାକୁ ସୁପ୍ରିମକୋର୍ଟରେ ଏକ ଜାଲ୍ ଆରଟିଆଇ ଜବାବ ଦାଖଲ କରିଥିବା ଅଭିଯୋଗ ହୋଇଥିଲା । ତେବେ ରାଜସ୍ଥାନ ହାଇକୋର୍ଟର ଯୋଧପୁର ବେଞ୍ଚ୍ ମଙ୍ଗଳବାର ଏହାର ଶୁଣାଣି କରି କହିଛନ୍ତି ଯେ ଏଥିରେ ଆଶାରାମଙ୍କର ପ୍ରତ୍ୟକ୍ଷ ସଂପୃକ୍ତ ନଥିବାରୁ ତାଙ୍କୁ ଜାମିନ ମିଳିବା ଯଥାର୍ଥ ।

ଆଶାରାମଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ତାଙ୍କୁ ଜାମିନ ଦେବାକୁ ତାଙ୍କର ଅନୁଗତ କୁହାଯାଉଥିବା ରବିରାୟ ମାରୱା ନାମକ ବ୍ୟକ୍ତି ସୁପ୍ରିମକୋର୍ଟରେ ଜାଲ୍ ଆରଟିଆଇ ଆଗଜପତ୍ର ଦାଖଲ କରିଥିଲେ । ସୂଚନାଯୋଗ୍ୟ ‘ଗୁରୁକୂଳ’ ଆଶ୍ରମରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇ ଆଶାରାମ ୨୦୧୮ରୁ ଯୋଧପୁର ଜେଲ୍‌ରେ ଆଜୀବନ କାରାଦଣ୍ଡାଦେଶ ଭୋଗୁଛନ୍ତି ।

Leave a comment