ବିଶ୍ଵ ଦରବାରରେ ପାକିସ୍ତାନର ଅସଲ ମୁଖା ଖୋଲିବ ଭାରତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜମ୍ମୁ-କଶ୍ମୀରର ପୁଲ୍‌ୱାମାଠାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ଆକ୍ରମଣକୁ ଘଟଣା ପରେ ବିଶ୍ବ ଆଗରେ ପାକିସ୍ତାନର ଅସଲ ମୁଖା ଖୋଲିବାକୁ ଚେଷ୍ଟା ଚଳାଇଛି ଭାରତ । ଏହି ଆତ୍ମଘାତୀ ଆକ୍ରମଣରେ ୪୯ ଜଣ ସିଆରପିଏଫ୍‌ ଯବାନ ସହିଦ ହେବାପରେ ଏହି ଘଟଣାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଲା ସୀତାରମଣ ୩ ସେନାର ମୁଖ୍ୟ ଓ ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞଙ୍କୁ ଭେଟି ଆତଙ୍କବାଦକୁ ପାକିସ୍ତାନ  ସମର୍ଥନ ଜଣାଇଆସୁଥିବା ନେଇ ବଡ଼ ଖୁଲାସା କରିବେ । ଏହି ବୈଠକ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ । ଏହି ୨ ଦିନିଆ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବ୍ୟତୀତ ନୌବାହିନୀ, ବାୟୁ ସେନା ଏବଂ ସ୍ଥଳ ସେନା ମୁଖ୍ୟ ଯୋଗଦେବେ । ସେମାନେ ପ୍ରତିରକ୍ଷା ବିଶେଷଜ୍ଞଙ୍କ ସହିତ ଆଲୋଚନା କରି ଆତଙ୍କବାଦ ପ୍ରତି ପାକିସ୍ତାନର ଅହେତୁକ ସମର୍ଥନ ରହିଆସିଥିବା ନେଇ ଏହି ଦେଶର ମୁଖା ଖୋଲିବେ । ଏହି ବୈଠକରେ ପାକିସ୍ତାନର ଭାରତ ପ୍ରତି ଥିବା ଶତୃତା ମନୋଭାବ ଓ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତିକୁ ସ୍ପଷ୍ଟ କରିବ ବୋଲି ସୂଚନା ମିଳିଛି ।

Leave a comment