ମହିଳା କ୍ରିକେଟରଙ୍କ ବାର୍ଷିକ ଚୁକ୍ତି ଘୋଷଣା କଲା ବିସିସିଆଇ
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗୁରୁବାର ମହିଳା କ୍ରିକେଟରଙ୍କ ବାର୍ଷିକ ଚୁକ୍ତି ଘୋଷଣା କରିଛି । ନୂଆ ଚୁକ୍ତିରେ ମୋଟ ୧୭ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । ସେଥିମଧ୍ୟରୁ ଗ୍ରେଡ୍-ଏ ରେ ୩ ଜଣ ଖେଳାଳି ରହିଥିବା ବେଳେ ଗ୍ରେଡ୍-ବି ରେ ୫ ଜଣ ଓ ଗ୍ରେଡ୍-ସି ରେ ୯ ଜଣ କ୍ରିକେଟର୍ ରହିଛନ୍ତି ।
ଅଧିନାୟିକା ହରମନପ୍ରୀତ କୌରଙ୍କ ସମେତ ଉପ-ଅଧିନାୟିକା ସ୍ମୃତି ମାନ୍ଧାନା ଏବଂ ଦିପ୍ତୀ ଶର୍ମା ଗ୍ରେଡ୍-ଏ ରେ ରହିଛନ୍ତି ।
ବାର୍ଷିକ ଚୁକ୍ତି ଅନୁଯାୟୀ ‘ଏ’ ଗ୍ରେଡରେ ଥିବା ଖେଳାଳିଙ୍କୁ ୫୦ ଲକ୍ଷ ଟଙ୍କା, ‘ବି’ ଗ୍ରେଡ୍ ଖେଳାଳିଙ୍କୁ ୩୦ ଲକ୍ଷ ଟଙ୍କା ଓ ‘ସି’ ଗ୍ରେଡ୍ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ । ତେବେ ଚଳିତ ବର୍ଷ ୫ ଜଣ ମହିଳା କ୍ରିକେଟରଙ୍କୁ ଚୁକ୍ତିରୁ ବାଦ୍ ଦେଇଛି ବିସିସିଆଇ । କେବଳ ସେତିକି ନୁହେଁ ୭ ଜଣଙ୍କୁ ପ୍ରଥମ ଥର ପାଇଁ ଚୁକ୍ତିରେ ସାମିଲ କରାଯାଇଛି ।
ଗ୍ରେଡ୍-ଏ: ହରମନପ୍ରୀତ କୌର, ସ୍ମୃତି ମାନ୍ଧାନା ଦିପ୍ତୀ ଶର୍ମା
ଗ୍ରେଡ୍-ବି: ରେଣୁକା ଠାକୁର, ଜେମିମା ରୋଡ୍ରିଗ୍ସ, ଶେଫାଳୀ ବର୍ମା, ରିଚା ଘୋଷ, ରାଜେଶ୍ବରୀ ଗାୟକ୍ବାଡ
ଗ୍ରେଡ୍-ସି: ମେଘନା ସିଂହ, ଦେବିକା ବୈଦ୍ୟ, ସବବିନେନୀ ମେଘନା, ଅଞ୍ଜଳି ସରଓ୍ବାନୀ, ପୁଜା ବସ୍ତ୍ରକାର, ସ୍ନେହ ରାଣା, ରାଧା ଯାଦବ, ହରଲୀନ ଦେଓଲ, ୟାସ୍ତିକା ଭାଟିଆ
ବାଦ୍ ପଡିଥିବା କ୍ରିକେଟର: ପୁନମ ଯାଦବ, ତାନ୍ୟା ଭାଟିୟା, ପୁନମ ରାଉତ, ଶିଖା ପାଣ୍ଡେ, ଅରୁନ୍ଧତି ରେଡ୍ଡୀ
ପ୍ରଥମ ଥର ସାମିଲ ହୋଇଥିବା କ୍ରିକେଟର: ରେଣୁକା ଠାକୁର, ମେଘନା ସିଂହ, ଦେବିକା ବୈଦ୍ୟ, ସବବିନେନୀ ମେଘନା, ଅଞ୍ଜଳି ସରଓ୍ବାନୀ, ରାଧା ଯାଦବ ଓ ୟାସ୍ତିକା ଭାଟିୟା
ବିସିସିଆଇର ବାର୍ଷିକ ଚୁକ୍ତି ବ୍ୟତିତ ପ୍ରତ୍ୟେକ ଖେଳାଳିଙ୍କୁ ପ୍ରତି ଟେଷ୍ଟ ମ୍ୟାଚ୍ ପାଇଁ ୧୫ ଲକ୍ଷ ଟଙ୍କା, ଦିନିକିଆ ପାଇଁ ୬ ଲକ୍ଷ ଟଙ୍କା ଓ ଟ୍ବେଣ୍ଟି ଟ୍ବେଣ୍ଟି ପାଇଁ ୩ ଲକ୍ଷ ଟଙ୍କା ମିଳିଥାଏ ।