ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟର ଜବାବ ଦେଲେ ବରିଷ୍ଠ ନେତା ବିଜୟ ମହାପାତ୍ର
ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ର ଆଭିମୁଖ୍ୟ ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବୟାନର କଡ଼ା ଜବାବ ରଖିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବୋଧେ ଭୁଲି ଯାଉଛନ୍ତି ମହାନଦୀ ଏକ ଇଣ୍ଟର ଷ୍ଟେଟ ରିଭର । ଏହା କେବଳ ଛତିଶଗଡ଼ର ନୁହେଁ ।
ଟ୍ରିବୁନାଲ ଯେତେ ସମୟ ନେଇଛି, ବରାବର କହୁଛି ଓଡିଶାବାସୀ ନ୍ୟାୟ ପାଇନାହାନ୍ତି । ଓଡିଶାବାସୀ ବେଶୀ କ୍ଷତିଗ୍ରସ୍ତ, ନଈ ନାଳରେ ପାଣି ନାହିଁ, ସବୁଆଡେ ହାହାକାର ପରିସ୍ଥିତି । ଆମେ ଆମ ଦାୟିତ୍ୱ କର୍ତ୍ତବ୍ୟ ମଧ୍ୟ କରିପାରିନାହୁଁ । ଯେହେତୁ ବିଳମ୍ବ ହେଲାଣି ଆଉ ଟ୍ରିବୁନାଲଠୁ ନ୍ୟାୟ ପାଇବା ଲାଗି ଆଶା ନାହିଁ । ଏ ପରିସ୍ଥିତିରେ ଆଉ କଣ କରିପାରିବ, ଆଶା ଆସ୍ତେ ଆସ୍ତେ ମରିଯାଉଛି । ରାଜ୍ୟ ସରକାର ଡ୍ୟାମ ବ୍ୟାରେଜ କରିବାରେ ବିଫଳ । ଗୋଟେ ପଟେ ବେଆଇନ କାମ ଅନ୍ୟପଟେ ନୀରବତା ଫଳ ଭୋଗିଲେ ଓଡିଶାବାସୀ ।
ରାଜ୍ୟ ସରକାର ଡ୍ୟାମ ବ୍ୟାରେଜ କରିବାରେ ବିଫଳ । ଯାହା ଆମକୁ କ୍ଷତିଗ୍ରସ୍ତ କଲା, ଆମେ ଛତିଶଗଡକୁ କେବଳ ବିରୋଧ କଲେ । ମନ୍ଦିର ନିର୍ମାଣ କରିବା ପାଇଁ ସରକାର ସହ ସହ କୋଟି ଖର୍ଚ୍ଚ କରୁଛନ୍ତି କିନ୍ତୁ ବ୍ୟାରେଜ କି ଡ୍ୟାମ କଲେ ନାହିଁ, ରାଜ୍ୟ ସରକାର ଅବହେଳା କଲେ । ଓଡିଶାବାଶୀ ଷଡଯନ୍ତ୍ର ଏବଂ ଅବହେଳାର ଶିକାର ହେଲେ ଏବଂ ଆଜି ସମସ୍ତେ ସଢୁଛନ୍ତି । ଗୋଟେ ପଟେ ବେଆଇନ କାମ ଅନ୍ୟପଟେ ନୀରବତା ଫଳ ଭୋଗିଲେ ଓଡିଶାବାସୀ ।