ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସିବିଆଇର ସମନ
ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପଚରାଉଚରା କରିବ ସିବିଆଇ । ଏହି ମାମଲାରେ ଏବେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସମ୍ପୃକ୍ତି ନେଇ ମଧ୍ୟ ଯାଞ୍ଚ କରାଯିବ । ୧୬ ଏପ୍ରିଲରେ ହାଜର ହେବା ନେଇ ସିବିଆଇ ସମନ କରିଛି । ଏହାକୁ ନେଇ ଆପ୍ ସାଂସଦ ସଞ୍ଜୟ ସିଂହ ପ୍ରେସମିଟ୍ କରିଛନ୍ତି ।
ପୂର୍ବରୁ ଏହି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଓ ଇଡି ପଚରାଉଚରା କରୁଛି । ଏବେ ସେ ରିମାଣ୍ଡରେ ଅଛନ୍ତି।