ରାଜଧାନୀ ପ୍ରତିଷ୍ଠା ଦିବସର ନିମନ୍ତ୍ରଣକୁ ନେଇ ତେଜିଲା ରାଜନୀତି, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟ୍ୱିଟର ଏଭଳି ଉତ୍ତର ଦେଲେ ମନ୍ତ୍ରୀ ଅଶୋକ ପଣ୍ଡା

0

୭୫ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର । ଏହି ଅବସରରେ ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯାଉଛି । ତେବେ ପ୍ରତିଷ୍ଠା ଦିବସକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ନିମନ୍ତ୍ରଣ କରାଯାଇନି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ସେ କହିଛନ୍ତି, ରାଜ୍ୟ ସରକାର ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ବି ମୋ ନାମ ନିମନ୍ତ୍ରଣ କାର୍ଡରେ ନାହିଁ ।

ଏହା କେତେଦୂର ଯୁକ୍ତିସଙ୍ଗତ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ । ସେ ଆହୁରି କହିଛନ୍ତି ଗତବର୍ଷ ମଧ୍ୟ ମଧ୍ୟ ତାଙ୍କୁ ପ୍ରତିଷ୍ଠା ଦିବସକୁ ଡକାଯାଇନଥିଲା । ଏହା ଭୁଲ ବୋଲି ମାନିଥିଲେ । କିନ୍ତୁ ଏ ବର୍ଷ ମଧ୍ୟ ସେହି ଘଟଣାର ପୁନରାବୃତ୍ତି ଘଟିଛି । ଦୁଇ ଦୁଇଥର ଏଭଳି କରିବା ପଛରେ କାରଣ କ’ଣ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି, ଯେ ରାଜ୍ୟ ସରକାର ଭୁଲି ନ ଯିବା ଦରକାର ଯେ, ରାଜଧାନୀ ପ୍ରତିଷ୍ଠା ଦିବସ କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ । ଏହା ସଂସଦୀୟ କ୍ଷେତ୍ରର ଜନସାଧାରଣଙ୍କ ସମ୍ମାନ ଓ ସ୍ୱାଭିମାନକୁ କୁଠାରଘାତ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେପଟେ ଅପରାଜିତାଙ୍କ ଟ୍ୱିଟ୍ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସେ କହିଛନ୍ତି ମୁଁ ତ କ୍ଷମା ମାଗିନଥିଲି । ମୁଁ ଗତଥର ପ୍ରତିଷ୍ଠା ଦିବସର ଆୟୋଜକ କି ସଂଯୋଜକ ନଥିଲି । ମିଡିଆକୁ ବିଭ୍ରାନ୍ତ କରିବା ପାଇଁ ସାଂସଦ ଏହିସବୁ କଥା କହିଛନ୍ତି । ସାଂସଦଙ୍କ ନାଁ କୁ ନେଇ ମତେ କାଇଁ ପ୍ରଶ୍ନ କରାଯାଉଛି । ଆଇଗିଣିଆ ଛକରେ ଅଶୋକ ପଣ୍ଡାଙ୍କ ଅଞ୍ଚଳ ହେଲେ ମଧ୍ୟ ମୋ’ ନାଁ କେଉଁଠି ମଧ୍ୟ ନାଁ ନାହିଁ । ସାଂସଦ ନିଜର ବୋର୍ଡଟିଏ ଲୁଚେଇକି ମାରିଦେଇଛନ୍ତି । ମୁଁ କହିବାକୁ ଗଲେ ବହୁତ କଥା ବାହାରିବ। ମତେ ପ୍ରୋଭୋକ୍ କରନ୍ତୁ ନାହିଁ । ବିକାଶକୁ ସ୍ୱାଗତ କରନ୍ତୁ ସାଂସଦ । ସବୁଥିରେ ଦୋଷତ୍ରୁଟି ଖୋଜିବା କାମଳାତାର ପରିଚୟ ।

Leave a comment