ରାଜସ୍ଥାନ କଂଗ୍ରେସରେ ଫାଟ; ନିଜର ସରକାରଙ୍କ ବିରୋଧରେ ଅନଶନରେ ସଚିନ ପାଇଲଟ୍
ରାଜସ୍ଥାନ କଂଗ୍ରେସରେ ଫାଟ ଥିବା କଥା ସମସ୍ତଙ୍କୁ ଅଳ୍ପେବହୁତେ ଜଣା । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟ୍ଙ୍କ ମଧ୍ୟରେ ସବୁ ବେଳେ ଛକାପଞ୍ଝା ଲାଗି ରହିଛି ।
ଏବେ ନିଜର ସରକାରଙ୍କ ବିରୋଧରେ ସଚିନ ପାଇଲଟ୍ ଅନଶନରେ ବସିଥିଲେ । ପୂର୍ବ ସରକାର କରିଥିବା ଦୁର୍ନୀତିର ସଠିକ୍ ତଦନ୍ତ ହେଉ ନଥିବା ସେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ପୂର୍ବରୁ ହୋଇଥିବା ଦୁର୍ନୀତି ବିଷୟରେ ଜାଣି କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ସଚିନ ପାଇଲଟ୍ ଦାବି କରିଛନ୍ତି ।
ଏଥିପାଇଁ ସେ ଜୟପୁରର ସହିଦ ସ୍ମାରକୀ ନିକଟରେ ଗୋଟିଏ ଦିନ ଅନଶନରେ ବସିଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଅନଶନରୁ ଓହରିବା ସହ ଦୁର୍ନୀତି ବିରୋଧରେ ସେ ସ୍ୱର ଉତ୍ତୋଳନ କରିବେ ବୋଲି କହିଛନ୍ତି ।