ପ୍ରଥମ ଥର ପାଇଁ କଟକ ଏସସିବି ମେଡିକାଲରେ ହେଲା ଏକମୋ ମେସିନ ସପୋର୍ଟରେ ଅପରେସନ

0

କଟକ ଏସସିବି ମେଡିକାଲରେ ବିରଳ ଅପରେସନ । ପ୍ରଥମ ଥର ପାଇଁ ଏକମୋ ମେସିନ ସପୋର୍ଟରେ ଅପରେସନ । କିର୍ଡିଓଭାସକୁଲାର ସର୍ଜରୀ ବିଭାଗରେ ଏହି ଅପରେସନ କରାଯାଇଥିଲା । ଏହା ଓଡ଼ିଶାରେ ପ୍ରଥମ । କଟକ ଏସସିବି ମେଡିକାଲରେ ୯ଟି ଏକମୋ ମେସିନ ରହିଥିଲା ବେଳେ କୋଭିଡ ପରେ ଏହି ବ୍ୟବହାର ହେଉନଥିଲା ।

ଦେବଗଡ଼ ଅଞ୍ଚଳର ୨୧ବର୍ଷ ବୟସର ଜଣେ ଯୁବକର ଶ୍ଵାଶନଳୀରୁ ଏକମୋ ମେସିନ ସହାୟତାରେ ଜଟିଳ ଅପରେସନ କରି ଟ୍ୟୁମର ବାହାର କରାଯାଇଛି ।

ଏବେ ରୋଗୀ ଜଣକ ଆଇସିୟୁରେ ଅଛନ୍ତି । ଶ୍ଵାସନଳୀରେ ଟ୍ୟୁମର ଥିବାରୁ ତାଙ୍କୁ ନିଶ୍ଚେତକ ଦେବା ସମ୍ଭବ ନଥିଲା । ସେଥିପାଇଁ ଏକମୋ ମେସିନ ସହାୟତାରେ ଅପରେସନ କରାଯାଇଥିଲା । ଆଗକୁ ଅଧିକରୁ ଅଧିକ ଅପରେସନ ପାଇଁ ଏହି ମେସିନ ସହାୟତା ନିଆଯିବ ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ ।

Leave a comment