ଓଡିଶା ବିପିୟୁଟି ଛାତ୍ର ସଂଘ ତରଫରୁ କ୍ୟାଣ୍ଡେଲ ରାଲି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମଗ୍ର ଦେଶ କାଶ୍ମୀରର ପୁଲୱମା ଠାରେ ଆତଙ୍କବାଦୀ ହମଲାରେ ମର୍ମାହତ ହେବାସହ ଅନେକ ସ୍ଥାନରେ କ୍ୟାଣ୍ଡେଲ ରାଲି କରୁଥିବା ଦେଖିବାକୁ ମିଳୁଛି । ସେହିପରି ଭୁବନେଶ୍ୱର ରେ ଅନେକ ସ୍ଥାନରେ ସହୀଦଙ୍କ ଆତ୍ମାର ସତଗତି ପାଇଁ । ବିଭିନ୍ନ ଅନୁଷ୍ଠାନ ତରଫରୁ କ୍ୟାଣ୍ଡେଲ ରାଲି ଅନୁଷ୍ଠିତ ହେଉଛି । ସେହିପରି ତା୧୭.୨.୨୦୧୯ ୬.୩୦ ଘଟିକା ସମୟରେ ଓଡିଶା ବିପିୟୁଟି ଛାତ୍ର ସଂଘ ତରଫରୁ କାଶ୍ମୀରର ପୁଲୱମା ଠାରେ ଆତଙ୍କବାଦୀ ହମଲାରେ ସହୀଦ ହୋଇଥିବା ଭାରତୀୟ ବୀର ଯବାନ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏହି ଶୋଭାଯାତ୍ରାରେ ଓଡିଶା ବିପିୟୁଟି ଛାତ୍ର ସଂଘର ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇ ସହୀଦ ମାନଙ୍କ ପ୍ରତି ନିଜର ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ମହମବତୀ ଶୋଭାଯାତ୍ରାରେ ଓଡିଶା ବିପିୟୁଟି ଛାତ୍ର ସଂଘର ପ୍ରତିଷ୍ଠାତା ଇ.ଆର ପ୍ରୀତିରଞ୍ଜନ ଘଡେଇ, ଉପଦେଷ୍ଟା ପାର୍ଥ ସାରଥୀ ମୁଦୁଲି, ମୁଖ୍ୟ ସଂଗଠକ ଶକ୍ତି ରଥ, ଆବାହକ ସାଇ ନାରାୟଣ ବେହେରା, ଲିଙ୍ଗରାଜ ମହାନ୍ତି, ଉପସଭାପତି ଜ୍ୟୋତି ଶତପଥୀ,ଶିବ ମହାନ୍ତି, ବିମଳ ସାହୁ,ମିଳନ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a comment