ମାଲକାନଗିରିରୁ ସ୍ୱାଭିମାନ ଅଞ୍ଚଳ ପଣସପୁଟକୁ ଗଡ଼ିଲା OSRTC ବସ୍
ମାଲକାନଗିରିରୁ ସ୍ୱାଭିମାନ ଅଞ୍ଚଳ ପଣସପୁଟକୁ ଗଡ଼ିଲା OSRTC ବସ୍। ୫ଟି ସଚିବ ଭି କେ ପାଣ୍ଡିଆନ ଦେଇଥିବା କଥା ରଖିଛନ୍ତି । ତାଙ୍କ ପ୍ରତିଶୃତି ଅନୁସାରେ ଆଜି ସକାଳୁ ସାଂସଦ ରମେଶ ମାଝୀ ଓ ବିଧାୟକ ପୁର୍ନବାକା ବାଲିମେଳାରେ ବସ୍ ଚଳାଚଳର ଶୁଭ ଉଦ୍ଘାଟନ କରିଛନ୍ତି।
ଆଜି ସକାଳୁ ସାଂସଦ ରମେଶ ମାଝୀ ଓ ବିଧାୟକ ପୁର୍ନବାକା ବାଲିମେଳାରେ ବସ୍ ଚଳାଚଳର ଶୁଭ ଉଦ୍ଘାଟନ କରିଛନ୍ତି । ଏହାପରେ ବସ୍ଟି ପଣସପୁଟ ଅଭିମୁଖେ ବାହାରିଛି। ପଣସପୁଟରେ ଦିନ ୧୨ଟାରେ ପହଞ୍ଚିବ । ତାପରେ ପୁଣି ମାଲକାନଗିରି ଆସିବ ।
ପ୍ରକାଶ ଯେ, ନିକଟରେ ୫ଟି ସଚିବ ଭି.କେ ପାଣ୍ଡିଆନ ମାଲକାନଗିରି ଗସ୍ତ କରିଥିଲେ । ସ୍ୱାଭିମାନ ଅଞ୍ଚଳବାସୀ ତାଙ୍କୁ ସାକ୍ଷାତ କରି ବସ୍ ସେବା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ୧୦ ଦିନ ମଧ୍ୟରେ ବସ୍ ସେବା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ ସଚିବ । ଯାହା ଆଜି ପୂରଣ ହୋଇଛି ।