ଏୟାର ଶୋ’ ଦିନକ ପୂର୍ଵରୁ ଦୁର୍ଘଟଣା, ଜଣେ ପାଇଲଟ୍‌ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବେଙ୍ଗାଲୁରୁଠାରେ ମଙ୍ଗଳବାର ଚାଲିଥିବା ଏୟାର ଶୋ’ ସମୟରେ ଏକ ଏୟାରକ୍ରାଫ୍ଟ ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଜଣେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଛି । ୟେଲାହାଙ୍କା ଏୟାରବେସ୍‌ରୁ ଉଡ଼ାଣ ଭରିଥିବା ଟି ସୂର୍ଯ୍ୟକିରନ ଦୁର୍ଘଟଣାଗସ୍ତ ହୋଇଛି । ଏୟାର ଶୋ’ ଅବସରରରେ ଏହି ଦୁଇ ଏୟାରକ୍ରାଫ୍ଟ ସମନ୍ୱୟ ରକ୍ଷା କରିନପାରି ପରସ୍ପର ମଧ୍ୟରେ ମାଡ଼ ହୋଇଥିଲେ ।

ସୂଚନାଯୋଗ୍ୟ, ସୂର୍ଯ୍ୟକିରନ୍‌ ହେଉଛି ଏୟାରଫୋର୍ସର ଏକ ଟିମ୍‌, ଯାହାକି ମଝି ଆକାଶରେ ରଣ କୌଶଳ ଦେଖାଇଥାଏ । ଭାରତୀୟ ବାୟୁସେନା ପକ୍ଷରୁ ବେଙ୍ଗାଲୁର୍‌ଠାରେ ଏୟାର ଇଣ୍ଡିଆ-୨୦୧୯ ଶୋ’ ଫେବୃୟାରୀ ୨୦ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

Leave a comment