ମହେଶ୍ୱରଙ୍କ ଠାରୁ ପ୍ରତିଶୋଧ ନେବେ ବାବୁପାତ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହେଶ୍ୱର ମହାନ୍ତି ପୁରୀ ଜିଲ୍ଲା ରାଜନୀତିର ଏକମାତ୍ର କ୍ଷମତା କେନ୍ଦ୍ର । ୧୯୯୫ ରୁଲଗାତାରଭାବେ ୫ଥର ବିଧାୟକ ହୋଇସାରିଲେଣି । ଚଳିତ ୨୦୧୯ ସାଧାରଣ ନିର୍ବାଚନରେ ଷଷ୍ଠଥର ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବାକୁ ଚାହୁଁଛନ୍ତି । ହେଲେ ଏଥର ତାଙ୍କ ବିଜୟରେ ଅନ୍ତରାୟ ସାଜିବେ ଦିବାକର ପାତ୍ର ଓରଫ ବାବୁ । ପୁରୀ ରାଜନୀତିରେ ରୁଚି ରଖିଥିବା ସମସ୍ତ ବ୍ୟକ୍ତି ଜଣନ୍ତିଯେ, ବାବୁଙ୍କ ସହରରେ ନିଜସ୍ୱ ସଙ୍ଗଠନ ରହିଛି । ବିଧାୟକ ନିର୍ବାଚନରେ ମହେଶ୍ୱର ଯେଉଁସବୁ ସ୍ଥାନରୁ କମ ଭୋଟ ପାଇଥାନ୍ତି ବାବୁ ସେହିସବୁ ଅଞ୍ଚଳରୁ ପଞ୍ଚାୟତ ନିର୍ବାଚନରେ ଭଲ ଭୋଟ ପାଇଥାନ୍ତି । ଏକଥା ମହେଶ୍ୱର ସହଜରେ ହଜମ କରିପରନ୍ତିନାହିଁ । ମହେଶ୍ୱରଙ୍କ ସହଯୋଗୀ ତଥା ଏକଦା ପୁରୀ ମହିଳା ସଙ୍ଗଠନ ବୁଝିଥିବା ଭବାନୀ , ସ୍ୱାସ୍ଥ୍ୟଗତ କାରଣରୁ ଏବେ ରାଜନୀତିରୁ ଦୂରରେ । ତେଣୁ ଉଣା ଅଧିକେ ସଦର ସଙ୍ଗଠନ ଏବେ ବାବୁପାତ୍ରଙ୍କ ହାତରେ । ତେଣୁ ୩୫ ରୁ ୪୦ ହଜାର ଭୋଟପାଇଁ ମହେଶ୍ୱର ବାବୁଙ୍କ ଉପରେ ନିର୍ଭରଶୀଳ । ଏହିସୁଯୋଗ ବିଜେପି ହାତଛଡା କରିବାକୁ ଚାହୁଁନାହିଁ । ତେଣୁ ବାବୁଙ୍କୁ ହାତେଇବା ପାଇଁ ଅଣ୍ଟାଭିଡ଼ିଛି ରାଜ୍ୟ ବିଜେପି । ଇତି ମଧ୍ୟରେ ଦୁଇ ରୁ ତିନି ରାଉଣ୍ଡ କଥାବାର୍ତ୍ତା ସାରିଯାଇଛି । କେବଳ ବାକିରହିଛି ଫାଇନାଲ ଡିଲ କଥା । ଶୁଣିବାକୁ ମିଳୁଛି ବାବୁ ନିଜ ସଙ୍ଗଠନ ବିଜେପିକୁ ବିକ୍ରି କରିଦେବେ । ଏଠାରେ ପ୍ରଶ୍ନ ଉଠୁଛି ବାବୁ ଏପରି କାହିଁକି କରିବାକୁ ଚାହୁଁଛନ୍ତି ? ଏହାର କାରଣ ହେଲା ୨୦୧୭ ମସିହା ପଞ୍ଚାୟତ ନିର୍ବାଚନ ସମୟରେ ବାବୁଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ କରିବାକୁ ମହେଶ୍ୱର କହିଥିଲେ । ତେଣୁ ବାବୁ ପୁରୀ ସଦର ଛାଡି ଅନ୍ୟ ଅଣ ସଂରକ୍ଷିତ ସ୍ଥାନରୁ ପ୍ରାର୍ଥୀ ହୋଇଥିଲେ ଏବଂ ଜିତିଥିଲେ ମଧ୍ୟ । ମାତ୍ର ମହେଶ୍ୱର ତାଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ କରିନଥିଲେ । ଏହା ଜାଣି ପୁରୀ ଏମ.ପି ପିନାକୀ ମିଶ୍ରଙ୍କୁ ଧରି ନବୀନ ନିବାସ ଏବଂ ତୃତୀୟ ମହଲାର ଦ୍ୱାରସ୍ଥ ହୋଇଥିଲେ ବାବୁ । ଯାହାକି ମହେଶ୍ୱରଙ୍କୁ ବ୍ୟଥିତ କରିବା ସହ ବାବୁଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନକରାଇବାକୁ ପ୍ରବର୍ତ୍ତାଇ ଥିଲା । ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ବାବୁ ଏହାର ପ୍ରତିଶୋଧ ନେବାକୁ ଚାହୁଁଛନ୍ତି ।

Leave a comment