ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ଘଟଣା, ମାଷ୍ଟରମାଇଣ୍ଡ ମନୋଜ କୁମାର ମିଶ୍ର ଓ ସହଯୋଗୀ ଗିରଫ

0

ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ନକଲି ସାର୍ଟିଫିକେଟ ରାକେଟର ମାଷ୍ଟରମାଇଣ୍ଡ ମନୋଜ କୁମାର ମିଶ୍ର ଓ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି । ଏକ ମଧ୍ୟବିତ ପରିବାରର ମନୋଜ ମିଶ୍ର କେମିତି ଏତେ ବଡ ରାକେଟର କିଙ୍ଗ ପିନ୍ ହେଲା ତାର କାହାଣୀ ମଧ୍ୟ ଚକିତ କଲା ଭଳି ।

କେମିତି ସେ ନକଲି ସାର୍ଟିଫିକେଟର ରାକେଟ ଆରମ୍ଭ କଲା । ଜଣେ କିରାଣୀର ପୁଅ ପରିବାର ଚଲାଇବା ପାଇଁ କେମିତି କୋଚିଂ ସେଣ୍ଟର ଖୋଲିଥିଲା । ପରେ ଅର୍ଥ ଲୋଭରେ ପଡି କେମିତି ଜାଲ ସାର୍ଟିଫିକେଟ ବିକ୍ରି କରି ଅମାପ ସମ୍ପତ୍ତିର ଅଧିକାରୀ ହେଲା ।

ନକଲି ସାର୍ଟିଫିକେଟ୍ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ମାଟ୍ରିକ୍ ପରୀକ୍ଷାରେ ପିଲା ଥାର୍ଡ କ୍ଲାସରେ ପାସ୍ କରିଥିଲେ ହେଲେ ନକଲି ସାର୍ଟିଫିକେଟରେ ଫ୍ଲାଷ୍ଟକ୍ଲାସ ପାଇଛନ୍ତି । ପୋଲିସର ତଦନ୍ତ ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି । ନିଜ ନିଜ ଅଂଚଳର ହାଇସ୍କୁଲ ଗୁଡ଼ିକରେ ଥାର୍ଡ ଡିଭିଜନ୍ରେ ପାସ୍ କରିଥିବା ପ୍ରାର୍ଥୀମାନେ ନକଲି ସାର୍ଟିଫିକେଟ୍ରେ ୯୭ ପ୍ରତିଶତ ମାର୍କ ରଖି ଚାକିରି ହାତେଇବାକୁ ଚେଷ୍ଟା କରିଛନ୍ତି ।

କମ୍ ଶିକ୍ଷିତ କି ଚାକିରି ଆଶାୟୀଙ୍କୁ ନକଲି ସାର୍ଟିଫିକେଟ୍ ଦିଆଯାଉନଥିଲା । ପେଶାଗତ ଅପରାଧୀଙ୍କୁ ବି ଦିଆଯାଉଥିଲା ନକଲି ସାର୍ଟିଫିକେଟ୍ । ଏମାନେ ମାଟ୍ରିକ୍ ସମେତ ବିଜ୍ଞାନ, ବାଣିଜ୍ୟ, କଳା ଆଦି ବିଷୟରେ ଯୁକ୍ତ ଦୁଇ, ସ୍ନାତକ ଆଦି ନକଲି ସାର୍ଟିଫିକେଟ୍ ପାଇଛନ୍ତି ।

 

Leave a comment