ବିଧାନସଭାରେ ମୁହାଁମୁହିଁ ହେଲେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ-ନରସିଂହ ମିଶ୍ର

0

ଭାଗଚାଷୀ ପ୍ରସଙ୍ଗରେ ବିଧାନସଭାରେ ମୁହାଁମୁହିଁ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ ମିଶ୍ର କହିଛନ୍ତି, ଓଡିଶା ଲ୍ୟାଣ୍ଡ ରାଇଟ ଆକ୍ଟ ଅନୁଯାୟୀ ଭାଗଚାଷ ବେଆଇନ । ଯିଏ ଭାଗଚାଷ କରିବ ଆଉ ଯିଏ ଦେବ ତାକୁ ଦଣ୍ଡ ଦେବା ସହ ସରକାର ସେ ଜମିକୁ ନିଜ ଅଧୀନକୁ ନେଇଯିବେ । ତେବେ ମନ୍ତ୍ରୀ କେମିତି କହିଲେ ଭଦ୍ରକ ଜିଲ୍ଲାରେ ଭାଗ ଚାଷୀଙ୍କ ସଂଖ୍ୟା।

ସେହିପରି ସରକାର ଅଧିକ ଫସଲ ଅମଳ କରୁଥିବା କହୁଛନ୍ତି କିନ୍ତୁ ଅଣଜଳସେଚିତ ଜମିରୁ ୧୩ କୁଇଣ୍ଟାଲ ଓ ଜଳସେଚିତ ଜମିରୁ ୧୯ କୁଇଣ୍ଟାଲ ଧାନ କିଣୁଛନ୍ତି । ତେବେ ବଳକା ଧାନ କିଣିବ କିଏ ? ଯାହାକୁ ନେଇ କିଛି ସମୟ ପାଇଁ ନରସିଂହ ଓ ରଣେନ୍ଦ୍ର ମୁହାଁମୁହିଁ ହୋଇଥିଲେ।

Leave a comment