ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଭୂମିକମ୍ପ, ୧୧ ମୃତ, ୧୫୦ରୁ ଅଧିକ ଲୋକ ଆହତ
ପାକିସ୍ତାନ ଏବଂ ଆଫଗାନିସ୍ତାନରେ ୬.୫ ତୀବ୍ରତାର ଭୂମିକମ୍ପ । ଭୂମିକମ୍ପ ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । କେବଳ ପାକିସ୍ତାନ କି ଆଫଗାନିସ୍ତାନ ନୁହେଁ ବରଂ ଭାରତରେ ମଧ୍ୟ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ରହିଥିବା ରେକର୍ଡ କରାଯାଇଛି । ଆଫଗାନିସ୍ତାନର ହିନ୍ଦୁ କୁଶ ଅଞ୍ଚଳ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି ।
ନିକଟରେ ତୁର୍କୀ-ସିରିଆରେ ଦେଖାଦେଇଥିବା ଭୂକମ୍ପ ତାଣ୍ଡବରେ ହଜାର ହଜାର ଲୋକଙ୍କର ପ୍ରାଣହାନୀ ଘଟିବା ସହିତ ହଜାର ହଜାର ଘର ମାଟିରେ ମିଶିଯାଇଥିଲା । ଗତକାଲି ଭାରତର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ରାତି ପାଖାପାଖି ୧୦ଟା ସମୟରେ ୬.୬ ତୀବ୍ରତା ବିଶିଷ୍ଟ ଝଟକା ଦେଖିବାକୁ ମିଳିଥିଲା । ଫଳରେ ଲୋକମାନେ ସେମାନଙ୍କର ଘରୁ ବାହାରକୁ ବାହାରି ଆସିଥିଲେ ।