ବଡ଼ଗଡ଼ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ବଡ଼ଗଡ଼ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ଆସନ୍ତା ଅପ୍ରେଲ ୨୭ ଓ ୨୮ ତାରିଖରେ ପାଳନହେବାକୁ ଯାଉଛି । ୧୯୧୯ ମସିହାରେ ସ୍ଥାପିତ ଏହି ଶିକ୍ଷାନୁଷ୍ଠାନ ଉକ୍ତ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସହିତ ଉତ୍ତମ ଚରିତ୍ରର ଛାତ୍ରଛାତ୍ରୀ ସୃଷ୍ଟିକରି ଭବିଷ୍ୟତ ସୁନାଗରିକ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ।
ସୂଚନା ଅନୁଯାୟୀ, ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶତବାର୍ଷିକୀ ଉତ୍ସବ କମିଟିର କର୍ମକର୍ତ୍ତା ସୂଚନା ଦେଇ କହିଥିଲେ ବଡ଼ଗଡ଼ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ପାଇଁ ଏକ ମିନିମାରାଥନ, ଆନ୍ତଃ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା, ରକ୍ତଦାନ, ସ୍ୱାସ୍ଥ୍ୟ ପରୀକ୍ଷା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଏକ ସ୍ମରଣୀକା ପ୍ରକାଶନ କରାଯିବ । ଏ କାର୍ଯ୍ୟକ୍ରମ ସମ୍ୱନ୍ଧରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ଆମନ୍ତ୍ରଣ କରାଯାଉଛି । ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କର ଆନ୍ତରିକ ସହଯୋଗ ସହିତ ସେମାନଙ୍କର ଯଥାସାଧ୍ୟ ଅନୁଦାନ ବ୍ୟକ୍ତିଗତ ଭାବେ ବା Badagada Primary School Centenary Celebration Committee.
A/C No.: 3735332633 / IFSC Code: CBIN0283087. Central Bank Of India, B.J.B. Nagar Branch.
ଏହି ସାମ୍ବାଦିକ ସମ୍ବିଳନୀରେ ସଭାପତି କୃଷ୍ଣ ପାତ୍ର, ଆବାହକ ପ୍ରତାପ ଜେନା, ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ପଣ୍ଡା, ସଂପାଦକ ଅଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।