ସୁସ୍ମିତାଙ୍କୁ ହୃଦ୍ଘାତ
ନିଜର ଫିଟ୍ନେସ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ୍ ନାୟିକା ସୁସ୍ମିତା ସେନ୍ ତାଙ୍କ ଫ୍ୟାନ୍ଙ୍କୁ ଆଶ୍ଚର୍ଯ୍ୟକଲା ଭଳି ସୂଚନା ଦେଇଛନ୍ତି। କିଛିଦିନ ତଳେ ସେ ହୃଦ୍ଘାତରେ ଶିକାର ହୋଇଥିଲେ। ତାଙ୍କର ଏଞ୍ଜିଓ ପ୍ଲାଷ୍ଟିକ୍ ଚିକିତ୍ସା ହୋଇଛି ବୋଲି ସୁସ୍ମିତା ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରି ସୂଚନା ଦେଇଛନ୍ତି।
ନିଜ ଶରୀର ପ୍ରତି ଯତ୍ନ ନେଉଥିବା ଓ ଯୋଗ ଆଦି କରି ଫିଟ୍ ରହୁଥିବା ସୁସ୍ମିତା ଯେ ହାଟ୍ ଆର୍ଟାକ୍ ହୋଇପାରେ ଏକଥା ବିଶ୍ୱାସ କରିପାରୁ ନାହାନ୍ତି ତାଙ୍କ ଫ୍ୟାନ୍। ତେବେ ଚିକିତ୍ସା ପରେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି ସୁସ୍ମିତା ଇନ୍ଷ୍ଟା ପୋଷ୍ଟରେ କହିଛନ୍ତି।
ସେ ତାଙ୍କ ଇନ୍ଷ୍ଟଗ୍ରାମ୍ରେ ପୋଷ୍ଟ କରି ଲେଖିଛନ୍ତି ‘ନିଜ ହୃଦୟକୁ ସବୁବେଳେ ଖୁସୀ ଓ ସାହସିକତା ସହ ରଖନ୍ତୁ। ଯେତେବେଳେ ଆପଣଙ୍କୁ ଏହାର ଆବଶ୍ୟକତା ପଡ଼ିବ ସେ ଆପଣଙ୍କ ସହ ଥିବ।’ (ମୋ ବାପାଙ୍କର ଏହା ଥିଲା ଜ୍ଞାନବାଣୀ)। କିଛିଦିନ ପୂର୍ବରୁ ମୁଁ ହୃଦ୍ଘାତରେ ଶିକାର ହୋଇଥିଲି। ଏଞ୍ଜିଓ ପ୍ଲାଷ୍ଟିକ ସରିଛି। ଷ୍ଟେଣ୍ଟ(ବ୍ଲକେଜ୍ ସ୍ଥାନରେ ଦିଆଯାଉଥିବା ସରୁ ପ୍ଲାଷ୍ଟିକ୍ ଟ୍ୟୁବ୍) ଲାଗିଛି। ସବୁଠାରୁ ବଡ଼ କଥା ହେଲା ମୋ ହୃଦରୋଗ ବିଶେଷଜ୍ଞ ମୋତେ କହିଛନ୍ତି ଯେ ମୋର ଏକ ବଡ଼ ହୃଦୟ ଅଛି। ଠିକ୍ ସମୟରେ ଚିକିତ୍ସା ଲୋକଙ୍କର ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଦରକାର। ଅନ୍ୟ ଏକ ପୋଷ୍ଟରେ ମୁଁ ସେମାନଙ୍କୁ ଧନ୍ୟବାଦ ଦେବି। ଏହି ପୋଷ୍ଟ କେବଳ ଆପଣମାନଙ୍କୁ ସୂଚନା(ମୋ ବନ୍ଧୁ ବର୍ଗ ଓ ଶୁଭେଚ୍ଛୁ) ଭଲ ଖବର ସୂଚନା ଦେବାକୁ କରାଯାଇଛି ଯେ ସବୁ ଠିକ୍ ଅଛି। ଆଉ କିଛି ବର୍ଷ ବଞ୍ଚିବା ପାଇଁ ମୁଁ ପୁଣି ପ୍ରସ୍ତୁତ । ଆପଣ ସମସ୍ତଙ୍କୁ ଭଲପାଏ।’