ମନ କି ବାତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର କମଳା ମହାରଣାଙ୍କୁ ପ୍ରଶଂସା କଲେ ମୋଦି

ପ୍ଲାଷ୍ଟିକରୁ ଦୁଗ୍ଧ ବ୍ୟାଗ୍ ତିଆରି କରି ଉଦାହରଣ ସୃଷ୍ଟି କରିଛନ୍ତି କମଳା

0

ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମର ୯୮ ତମ ସଂସ୍କରଣ ପ୍ରସାରିତ । ମନ କି ବାତ୍‌ରେ କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ କଥା କହିଲେ ମୋଦି। ବିଭିନ୍ନ ଅଦରକାରୀ ସାମଗ୍ରୀରୁ କିପରି ଦରକାରୀ ଜିନିଷ ତିଆରି କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ପ୍ଲାଷ୍ଟିକରୁ ଟୋକେଇ ଓ ମୋବାଇଲ୍ ଷ୍ଟାଣ୍ଡ ତିଆରି କରିଛନ୍ତି କମଳା। ପ୍ଲାଷ୍ଟିକରୁ ଦୁଗ୍ଧ ବ୍ୟାଗ୍ ତିଆରି କରି ଉଦାହରଣ ସୃଷ୍ଟି କରିଛନ୍ତି କମଳା ମହାରଣା।

ଏଣେତେଣେ ପଡ଼ିଥିବା ସାମଗ୍ରୀ ଆଣି ବ୍ୟବହାରଯୋଗ୍ୟ ସାମଗ୍ରୀ ତିଆରି କରିଛନ୍ତି। ସ୍ଵଚ୍ଛ ଭାରତ ଅଭିଯାନର ଏହା ଏକ ସଫଳ ଅଂଶ କହିଲେ ପ୍ରଧାନମନ୍ତ୍ରୀ। ପ୍ଲାଷ୍ଟିକ୍ ବ୍ୟାଗ୍ ନୁହେଁ କପଡ଼ା ବ୍ୟାଗ୍ ବ୍ୟବହାର କରିବାକୁ ମୋଦିଙ୍କ ଆହ୍ବାନ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆସନ୍ତା ହୋଲି ଉତ୍ସବ ପୂର୍ବରୁ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ରଙ୍ଗର ପର୍ବକୁ ଭୋକାଲ ଫର ଲୋକାଲ ସଂକଳ୍ପ ସହିତ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମନ କି ବାତ କାର୍ଯ୍ୟକ୍ରମ ଦେଶବାସୀଙ୍କ ପାଇଁ ବ୍ୟକ୍ତିଗତ ଅଭିବ୍ୟକ୍ତି ଉପସ୍ଥାପନ କରିବାର ମାଧ୍ୟମ ପାଲଟିଛି ବୋଲି କହିଛନ୍ତି ପିଏମ ମୋଦି ।

ଦେଶବାସୀଙ୍କ ମନର ଶକ୍ତି ବିକାଶ ହେଲେ ଦେଶ ମଧ୍ୟ ଶକ୍ତିଶାଳୀ ହୋଇପାରିବ ବୋଲି ସ୍ବୀକାର କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ପାରମ୍ପରିକ କ୍ରୀଡ଼ାକୁ ପ୍ରୋତ୍ସାହନ ସହିତ ଖେଳ ସାମଗ୍ରୀ ଉତ୍ପାଦନରେ ଏବେ ଭାରତକ ଆତ୍ମନିର୍ଭର ହୋଇପାରିଛି । ଦେଶରେ ଇ-ସଂଜୀବନୀ ଆପ୍ ଡିଜିଟାଲ ଇଣ୍ଡିଆର ଶକ୍ତିକୁ ପ୍ରମାଣିତ କରିପାରିଛି ।

Leave a comment