କଂଗ୍ରେସର ରାଫାଲ ରାଜିନାମାଠାରୁ ଏନ୍‌ଡିଏ ରାଜିନାମା ଶସ୍ତା: ସିଏଜି ରିପୋର୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଂଗ୍ରେସ ସରକାର ଅମଳରେ ହୋଇଥିବା ରାଫାଲ ରାଜିନାମାଠାରୁ ଏନଡିଏ ସରକାରଙ୍କ ଅମଳରେ ହୋଇଥିବା ରାଫାଲ ମୂଲଚାଲ ୨.୮% ଶସ୍ତା ବୋଲି ସିଏଜି ରିପୋର୍ଟରେ କୁହାଯାଇଛି । ବୁଧବାର ରାଜ୍ୟସଭାରେ ଆଗତ ହୋଇଥିବା ସିଏଜି ରିପୋର୍ଟ ଅନୁସାରେ, ୩୬ ରାଫାଲ ଲଢୁଆ ବିମାନ ଲାଗି ଏନଡିଏ କରିଥିବା ରାଜିନାମ ଉପା ସରକାର ଅମଳରେ ହୋଇଥିବା ୧୨୬ଟି ବିମାନଠାରୁ ଶସ୍ତା । ବର୍ତ୍ତମାନର ରାଜିନାମା ପ୍ରଥମ ରାଜିନାମାଠାରୁ ୯% ଶସ୍ତା ବୋଲି ଏନଡିଏ ସରକାର ପୂର୍ବରୁ ଦାବି କରିଆସୁଥିଲେ । ଯାହା ଭୂଲ ପ୍ରମାଣିତ ହୋଇଛି । ସିଏଜି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଉଛି, କଂଗ୍ରେସ ସରକାର ଅମଳରେ ହୋଇଥିବା ୧୨୬-ଏୟାରକ୍ରାଫ୍ଟ ଚୁକ୍ତି ତୁଳନାରେ ବର୍ତ୍ତମାନର ଚୁକ୍ତିରେ ଭାରତକୁ ୧୭.୦୮ ପ୍ରତିଶତ ଫାଇଦା ହୋଇଥିବା ଜଣାଯାଇଛି । ପୂର୍ବରୁ ଆଗତ ରିପୋର୍ଟ ବିମାନ ଦରଦାମର ବିବାଦୀୟ ତଥା ପ୍ରମୁଖ ପଏଣ୍ଟଗୁଡିକୁ ବାଦ ଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ତଥ୍ୟଗଡିକୁ ଗୋପନୀୟ ଦର୍ଶାଇଥିବାରୁ ଏହାକୁ ସାର୍ବଜନୀନ କରାଯାଇ ନ ଥିବା ଜଣାଯାଇଛି । ଏହାକୁୁ ନେଇ ବିପକ୍ଷ ଦଳ ପୁଣି ପ୍ରସଙ୍ଗ କରିବାର ସମ୍ଭାବନା ରହିଛି ।

Leave a comment