ପ୍ରଳୟ ଆଡକୁ ମୁଁହାଇଲାଣି କି ତୁର୍କୀ ? ୧୨ ଘଣ୍ଟା ମଧ୍ୟରେ ପୁଣିଥରେ ଶକ୍ତିଶାଳୀ ଭୂକମ୍ପରେ ଦୋହଲିଲା
ଶତାଦ୍ଧୀର ସବୁଠାରୁ ଶକ୍ତିଶାଳୀ ଭୂକମ୍ପରେ ତୁର୍କୀ ଏବଂ ସିରିୟାରେ ୧୩୦୦ ରୁ ଉର୍ଦ୍ଧ ଲୋକ ଜୀବନ ହରାଇଛନ୍ତି । ଯେଉଁଥିରେ ହଜାର ହଜାର ଘର ଭୁଷୁଡ଼ି ପଡିଥିବା ବେଳେ ଅନେକ ୫ ହଜାରୁ ଉର୍ଦ୍ଧ ଲୋକେ ନିଖୋଜ ଅଛନ୍ତି । ଏହାରି ମଧ୍ୟରେ ଖବର ଆସିଛି ଯେ, ସନ୍ଧ୍ୟାରେ ଦକ୍ଷୀଣ ତୁର୍କୀରେ ୭.୫ ତିବ୍ରତାର ଆଉ ଏକ ଭୂକମ୍ପ ଅନୁଭୁତ ହୋଇଛି ।
ଏନେଇ ଯୁକ୍ତରାଷ୍ଟ୍ର ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ସୂଚନା ଦେଇଛି । ତେବେ ଦ୍ୱିତୀୟ ଭୂକମ୍ପରେ କ୍ଷୟକ୍ଷତିର ବିବରଣୀ ଏପର୍ଯ୍ୟନ୍ତ ଆସିନାହିଁ ।
ସ୍ଥାନୀୟ ସମୟ ୧.୨୪ ଅପରାହ୍ନ ସମୟରେ ଇକିନୋଜୁ ସହରର ୪ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଦ୍ୱିତ୍ୟୀ ଭୂକମ୍ପଟି ଅନୁଭୁତ ହୋଇଥିଲା । ପ୍ରଥମ ଭୂକମ୍ପଟି ୭.୮ ତିବ୍ରତାର ହୋଇଥିବା ବେଳେ ତୁର୍କୀର ପ୍ରମୁଖ ସହରଗୁଡ଼ିକର ଅନେକ କୋଠାବାଡ଼ି ଧ୍ୱଂଶ ହୋଇଯାଇଥିଲା ଯେଉଁଥିରେ ସିରିଆରେ ଗୃହଯୁଦ୍ଧ ଏବଂ ଅନ୍ୟାନ୍ୟ ବିବାଦରୁ ପଳାୟନ କରି ଆସି ଆଶ୍ରୟ ନେଇଥିବା ଲକ୍ଷ ଲକ୍ଷ ଲୋକ ସାମିଲ ଥିଲେ ।