ନିର୍ବାଚନ ଆୟୋଗ ରିପୋର୍ଟ: ୯୪ କୋଟି ଅତିକ୍ରମ କଲା ଭୋଟରଙ୍କ ସଂଖ୍ୟା
ଭାରତରେ ୧୯୫୧ ପରଠାରୁ ମୋଟ ମତଦାତା ବା ଭୋଟରଙ୍କ ସଂଖ୍ୟାରେ ପ୍ରାୟ ଛଅ ଗୁଣ ବୃଦ୍ଧି ଘଟିଛି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଏହି ସଂଖ୍ୟା ୯୪.୫୦ କୋଟି ଅତିକ୍ରମ କରିଛି। ଅବଶ୍ୟ ଏଥିରୁ ଏକ-ତୃତିୟାଂଶ ଲୋକ ଗତ ଲୋକସଭା ନିର୍ବାଚନରେ ନିଜର ମତାଧିକାରକୁ ବ୍ୟବହାର କରିନଥିଲେ। ଏହି କାରଣରୁ ଅଧିକରୁ ଅଧିକ ଭୋଟରଙ୍କୁ ମତଦାନ କେନ୍ଦ୍ରକୁ ଆଣିବା ପାଇଁ ନିର୍ବାଚନ ଆୟୋଗ ଅତିରିକ୍ତ ଉଦ୍ୟମ କରୁଛନ୍ତି।
୧୯୫୧ ମସିହାରେ, ଯେତେବେଳେ ପ୍ରଥମ ସାଧାରଣ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ ହୋଇଥିଲା, ସେତେବେଳେ ଭାରତରେ ୧୭.୩୦ କୋଟି ଭୋଟରଙ୍କ ନାଁ ପଞ୍ଜିକୃତ ହୋଇଥିଲା ଏବଂ ସେଥିରୁ ୪୫.୬୭% ଭୋଟର ସେମାନଙ୍କର ମତଦାନ କରିଥିଲେ। ବର୍ଷ ବର୍ଷ ଧରି ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟାରେ ଧୀରେ ଧୀରେ ବୃଦ୍ଧି ଘଟିଛି ଏବଂ ପରବର୍ତ୍ତୀ ନିର୍ବାଚନରେ ସେମାନଙ୍କର ଅଂଶଗ୍ରହଣ ମଧ୍ୟ ବୃଦ୍ଧି ପାଇଛି। ୧୯୫୭ର ସାଧାରଣ ନିର୍ବାଚନରେ ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟା ୧୯.୩୭ କୋଟି ଥିଲା ଏବଂ ଏଥିରେ ୪୭.୭୪ ପ୍ରତିଶତ ଭୋଟର ଭୋଟ୍ ଦେଇଥିଲେ।
ମତଦାନ ସ୍ଥରକୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ନେବା କ୍ଷେତ୍ରରେ ଚର୍ଚ୍ଚାକୁ ନେଇ ନିର୍ବାଚନ ଆୟୋଗ ସେହି ୩୦ କୋଟି ଭୋଟରଙ୍କ ପ୍ରସଙ୍ଗ ଉଠାଇଛନ୍ତି, ଯେଉଁମାନେ ୨୦୧୯ ଲୋକସଭା ନିର୍ବାଚନରେ ଭୋଟ୍ ଦେବାକୁ ଆସି ନାହାଁନ୍ତି। ଏହି ୩୦ କୋଟି ଭୋଟରଙ୍କ ବର୍ଗରେ ସହରାଞ୍ଚଳର ଲୋକ, ଯୁବକ ଏବଂ ପ୍ରବାସୀ ବ୍ୟକ୍ତି ଅନ୍ତର୍ଭୁକ୍ତ। ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ନିକଟ ଅତୀତରେ ହୋଇଥିବା ବିଧାନସଭା ନିର୍ବାଚନରେ ସହରୀ ଭୋଟରଙ୍କ ଉଦାସୀନତା ଉପରେ ନିର୍ବାଚନ ଆୟୋଗ ଇସାରା କରିଛନ୍ତି। ଚଳିତ ବର୍ଷ ଅନେକ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଏବଂ ଆସନ୍ତା ବର୍ଷ ପ୍ରସ୍ତାବିତ