ମନ୍ତ୍ରୀ ନବ ଦାସ ହତ୍ୟା ମାମଲା; ଗୋପାଳଙ୍କ ଆକାଉଣ୍ଟ ଚେକ କଲା କ୍ରାଇମବ୍ରାଞ୍ଚ
ନବ ଦାସ ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳ ଦାସଙ୍କ ବ୍ରହ୍ମପୁର ସ୍ଥିତ ଘର ଛାନଭିନ୍ କରିବା ପରେ ଏବେ ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି । ପରିବାର ଲୋକଙ୍କୁ ପଚରାଉଚୁରା କରିବା ପରେ ଗୋପାଳଙ୍କ ଆକାଉଣ୍ଟ ଥିବା ବ୍ୟାଙ୍କରେ ପହଞ୍ଚି ଟ୍ରାଞ୍ଜାକସନର ତଥ୍ୟ ସଂଗ୍ରହ କରୁଛି ।
ଆଜି ସକାଳୁ ଗୋପାଳଙ୍କ ବ୍ରହ୍ମପୁର ଆଙ୍କୁଲି ସ୍ଥିତ ଘରେ ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ କରିଥିଲେ । ତଦନ୍ତକାରୀ ଟିମ୍ ଗୋପାଳ ଦାସଙ୍କ ପତ୍ନୀ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ପଚରାଉଚରା କରିଥିଲେ । ଏପରିକି ଗୋପାଳଙ୍କ ପଡୋଶୀଙ୍କୁ ମଧ୍ୟ ପଚରାଉଚୁରା କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ ।
ପୋଲିସ ଡିଜିଙ୍କୁ ଭେଟିଲେ ଲ’ ଆଣ୍ଡ ଅର୍ଡର ଏଡିଜି । ଲ’ ଆଣ୍ଡ ଅର୍ଡର ଏଡିଜି ଆରକେ ଶର୍ମା ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ତାଙ୍କୁ ଭେଟି ବୈଠକ କରିଛନ୍ତି । ଝାରସୁଗୁଡାରୁ ଫେରିବା ପରେ ପୋଲିସ ଡିଜିଙ୍କ ସହ ଏହା ତାଙ୍କର ପ୍ରଥମ ସାକ୍ଷାତ । ସେଠାକାର ସ୍ଥିତି ସମ୍ପର୍କରେ ଡିଜିଙ୍କ ସହ ଲ’ ଆଣ୍ଡ ଅର୍ଡର ଏଡିଜି ଆରକେ ଶର୍ମା ଆଲୋଚନା କରିଥିବା ସୂଚନା ମିଳିଛି ।