ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ଏହି ଗୁଣ ଥିଲେ ସମ୍ପର୍କ ହୋଇଥାଏ ଅଧିକ ଦୃଢ ଓ ନିବିଡ଼
ପ୍ରତେକ ମନୁଷ୍ୟ ନିଜ ଜୀବନ ରେ ଯଦି ପିତାମାତା ଙ୍କ ପରେ କାହାକୁ ଗୁରୁତ୍ୱ ଦେଇଥାଏ, ତେବେ ସେ ହେଉଛି ତାର ଜୀବନସାଥୀ l ଗୋଟିଏ ଭଲ ବୁଝାମଣା ଥିବା ଜୀବନ ସାଥିଟିଏ ଯଦି କାହାକୁ ମିଳିଯାଏ ତେବେ ତାର ଜୀବନ ର କିଛିଟା ସମୟ ସୁଖମୟ ହୋଇ ଉଠିଥାଏ l କିନ୍ତୁ ଆଜିକାଲି ଜୀବନ ଶୈଳୀ ଅନେକ ମାତ୍ରାରେ ଉଭୟ ସ୍ୱାମୀସ୍ତ୍ରୀ ଙ୍କ ଜୀବନ କୁ ପ୍ରଭାବିତ କରୁଛି l ଉଭୟଙ୍କ ମଧ୍ୟରେ ଥିବା କିଛି ଟା ଗୁଣ ପରସ୍ପର ର ଜୀବନ ଉପରେ ଖରାପ ପ୍ରଭାବ ପକାଇବା ସହିତ ବୈବାହିକ ଜୀବନ କୁ ମଧ୍ୟ ଯନ୍ତ୍ରଣା ଦାୟକ କରି ଦେଉଛି l ତେଣୁ ଯଦି ଉଭୟ ଆଦର୍ଶବାନ ହେବେ ତେବେ ଜୀବନ ଅଧିକ ସୁଖମୟ ହେବ ଲ
-ସଚୋଟ ସ୍ଵଭାଵ-
ସେ ଯେ କୌଣସି ସମ୍ପର୍କ ହେଉନା କାହିଁକି ସଚୋଟ ରହିବ ନିଜ ସମ୍ପର୍କ ରେ ସବୁଠୁ ଜରୁରୀ ଅଟେ l ଗୋଟିଏ ଆଦର୍ଶ ସ୍ୱାମୀସ୍ତ୍ରୀ ଉଭୟ ଉଭୟଙ୍କ ପାଇଁ ସର୍ବଦା ସଚୋଟ ରୁହନ୍ତି l ଯେପରିକି ନିଜ ସମ୍ପର୍କ ରେ ଓ ବ୍ୟକ୍ତିତ୍ୱରେ ରହିବା ଜରୁରୀ l ଯାହା ପ୍ରତି ଉଭୟ ପତିପତ୍ନୀ ସଚେତନ ରହିବା ଆବଶ୍ୟକ l
– ଉଭୟ ଉଭୟଙ୍କ କଥାକୁ ଧ୍ୟାନ ରେ ଶୁଣିବା ଆବଶ୍ୟକ –
ଆପଣଙ୍କ ପତ୍ନୀ କିମ୍ବା ଆପଣଙ୍କ ସ୍ୱାମୀ କଣ ଚିନ୍ତା କରୁଛନ୍ତି ସେଥିପ୍ରତି ଉଭୟ ଦମ୍ପତି ଜାଣି ରଖିବା ଆବଶ୍ୟକ l ଯଦି କେହି ଅନ୍ୟ ଜଣଙ୍କ ସହିତ କିଛି କଥା ସେୟାର କରିବାକୁ ଚାହୁଁଛି ଧ୍ୟାନରେ ଶୁଣିବା ଆବଶ୍ୟକ l
– ଉଭୟ ଉଭୟଙ୍କୁ ସାହାଯ୍ୟ କରିବା ଜରୁରୀ –
ସର୍ବଦା ପୁରୁଷ ଓ ମହିଳା ଉଭୟ ଉଭୟଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସାହାଯ୍ୟ କରିବା ଆବଶ୍ୟକ l ଯେତେବେଳେ ମଧ୍ୟ ଆପଣ ସାମାନ୍ୟ ସମୟ ପାଉଛନ୍ତି ଉଭୟ ଉଭୟଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସାହାଯ୍ୟ କରନ୍ତୁ l
– ଉଭୟ ଉଭୟଙ୍କୁ ସମ୍ମାନ କରନ୍ତୁ –
ସମ୍ମାନ ଗୋଟିଏ ଏଭଳି କାର୍ଯ୍ୟ ଯାହା କୁ ଆମେ ଅନ୍ୟକୁ ଦେଇ ମନରେ ଶାନ୍ତି ଲାଭ କରିଥାଉ l ଯେଉଁ ସମ୍ପର୍କ ରେ ଯେତେ ସମ୍ମାନ ରହିଥାଏ, ସେ ସେହି ସମ୍ପର୍କ ସେତେ ମଜବୁତ ହୋଇଥାଏ l ଜଣେ ଆଉ ଜଣଙ୍କୁ ସମ୍ମାନ ଦେବା ଦ୍ୱାରା ପ୍ରେମ ଅଧିକ ଗଭୀର ହୋଇଥାଏ l
– ଯତ୍ନ ଶିଳ ହେବ ଆବଶ୍ୟକ –
ସ୍ୱାମୀସ୍ତ୍ରୀ ସର୍ବଦା ଉଭୟ ଉଭୟଙ୍କ ପ୍ରତି ଯତ୍ନବାନ ହେବା ଜରୁରୀ l କାହିଁକି ନା ଏହା ତାଙ୍କ ସମ୍ପର୍କ କୁ ସୁନ୍ଦର ଭାବରେ ଗଢି ତୋଳିବା ସହିତ ନିବିଡ଼ତା ଅଧିକ ସୁଦୃଢ଼ କରିଥାଏ l ଦୁଃଖସୁଖ ରେ ହାତ ବଢାଇବା ଦ୍ୱାରା ଜୀବନ ରେ କଷ୍ଟ ଦୂର ହୋଇଥାଏ ଏହା ଉଭୟ ଜାଣି ରଖବା ଆବଶ୍ୟକ l
– ପିତାମାତା ଙ୍କ ପ୍ରତି ଯତ୍ନଶୀଳ ହୁଅନ୍ତୁ –
ବିବାହ ପରେ ଉଭୟ ସ୍ୱାମୀସ୍ତ୍ରୀ ପିତାମାତା ଙ୍କ ପ୍ରତି ସଚେତନ ଓ ଯତ୍ନଶୀଳ ହେବା ଆବଶ୍ୟକ l ଯାହା ତାଙ୍କ ଜୀବନ ରେ ଗୋଟିଏ ସୁନ୍ଦର ସମୟ ଭାବରେ ଗଣା ଯାଇଥାଏ l ତେଣୁ ପିତାମାତା ଙ୍କ ଯତ୍ନଶୀଳ ହୋଇ ତାଙ୍କ ଆଶୀର୍ବାଦ ଲାଭ କରିବା ଉଭୟ ସ୍ୱାମୀ ସ୍ତ୍ରୀଙ୍କ ର ଜାଣି ରଖିବା ଜରୁରୀ l