ପାହାଡ଼ ଖସି ୭ ଜଣ ପୋଲିସ କର୍ମଚାରୀ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତରଭାରତରେ ଲେଉଟିଲା ଶୀତ । ଜମ୍ମୁ କାଶ୍ମୀର ପ୍ରାୟ ସମସ୍ତ ସ୍ଥାନରେ ବରଫପାତ ହେବାରେ ଲାଗିଛି । ରାସ୍ତା ଘାଟ ବରଫ ଛାଉଣୀ ହେଇଯିବାରୁ ଶହ ଶହ ଗାଡି ରାସ୍ତାରେ ଛିଡା ହୋଇରହିଛି ।

ସୂଚନା ଅନୁଯାୟୀ, ଜାମ୍ମୁ କାଶ୍ମୀରର କୁଲଗାମ୍ ଜିଲ୍ଲାର ଜବାହାର ସୁଡଙ୍ଗ ପାଖରେ ପ୍ରବଳ ମାତ୍ରାରେ ବରଫବର୍ଷା ହେବାରୁ ଏକ ବଡ ପାହାଡର ଚଟାଣ ପୋଲିସ ବାହିନୀଙ୍କ ଉପରେ ପଡି ଯାଇଥିଲା । ଯାହା ଫଳରେ ୧୦ଜଣ ପୋଲିସ କର୍ମଚାରୀ ଏହା ତଳେ ଦବି ଯାଇଥିଲେ । ସର୍ଚ୍ଚ ଅପରେସନରେ ୩ ଜଣ ଯବାନ ଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କ ମୃତ୍ୟୁ ହୋଇଯାଇଛି ।

Leave a comment