ଶୁବମନ ଗିଲ୍ଙ୍କ ନୂଆ ରେକର୍ଡ
ଦିନିକିଆରେ ଶୁବମନ ଗିଲ୍ଙ୍କ କମାଲ୍ । ହାଇଦ୍ରାବାଦରେ ନ୍ୟୁଜିଲାଣ୍ଡ ସହ ପ୍ରଥମ ଦିନିକିଆରେ ଦ୍ୱିଶତକ ହାସଲ କରିଛନ୍ତି । ୧୪୫ ବଲରେ ୯ ଛକା, ୧୯ ଚୌକା ବଳରେ ୨୦୭ ରନ୍ କରିଛନ୍ତି । ୱାନ ଡେ ଇଣ୍ଟରନ୍ୟାସନାଲରେ ଦ୍ୱିଶତକ ହାସଲ କରିଥିବା ପଞ୍ଚମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ଗିଲ୍ ।
ସଚିନ, ସେହ୍ୱାଗ, ରୋହିତ, ଈଶାନଙ୍କ ପରେ ଏହି ତାଲିକାରେ ସେ ସାମିଲ ହୋଇଛନ୍ତି । ସେପଟେ ଶୁବମନ ଗିଲ୍ଙ୍କ ଏହି ଶାନଦାର ପ୍ରଦର୍ଶନ ପରେ ତ୍ୟୁଜିଲାଣ୍ଡକୁ ୩୫୦ ରନ୍ ବିଜୟ ଲକ୍ଷ୍ୟ ଦେଇଛି ଭାରତ ।
ଗିଲ୍ ୨୩ ବର୍ଷ ୧୩୨ ଦିନ ବୟସରେ ଡବଲ ଟନ ମାରିଛନ୍ତି । ଏହାପୂର୍ବରୁ ଏହି ରେକର୍ଡ ଈଶାନ କିଶନଙ୍କ ନାଁରେ ଥିଲା । ସେ ୨୪ ବର୍ଷ ୧୪୫ ଦିନରେ ଦୁଇ ଶତକ ହାସଲ କରିଥିଲେ। ଗିଲଙ୍କରୀ ଏହି ଦମଦାର ବ୍ୟାଟିଂ ଯୋଗୁ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୪୯ ରନ କରିଛି । ଫଳରେ ପ୍ରଥମ ଦିନିକିଆକୁ ଜିତିବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ୩୫୦ ରନର ଟାର୍ଗେଟ ମିଳିଛି । ଗିଲ୍ ୧୪୮ ବଲରେ ୨୦୮ ରନ କରିବା ପରେ ଇନିଂସର ଶେଷ ଓଭରରେ ବଡ଼ ଶଟ ଖେଳିବାକୁ ଯାଇ ଆଉଟ ହୋଇଛନ୍ତି ।
ହାଇଦ୍ରାବାଦରେ ଟସ୍ ଜିତି ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ଓପନର ରୋହିତ ଓ ଗିଲ୍ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ । କିନ୍ତୁ ଦଳୀୟ ସ୍କୋର ୬୦ ଥିବା ବେଳେ ରୋହିତ ୩୪ ରନ କରି ଆଉଟ ହୋଇଯାଇଥିଲେ ।