ଦୁର୍ଘଟଣା ପରେ ପ୍ରଥମ ଥର ଛିଡା ହେଲେ ରିଷଭ
ଭାରତୀୟ କ୍ରିକେଟ ଟିମର ଓ୍ଵିକେଟ କିପର ରିଷଭ ପନ୍ତ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ମୁମ୍ବାଇର କୋକିଲାବେନ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ରିଷଭଙ୍କ ଡାହାଣ ଗୋଡ ଲିଗାମେଣ୍ଟ ସର୍ଜରୀ ହୋଇସାରିଛି । କିନ୍ତୁ ଆଗାମୀ ୬ ସପ୍ତାହ ପରେ ରିଷଭଙ୍କର ଆଉ ଏକ ସର୍ଜରୀ ହେବ । ଆଉ ଏଥିପାଇଁ ରିଷଭ ଆଇପିଏଲ୍ ଏବଂ ଏସିଆ କପ୍ ସହିତ ଦିନିକିଆ ବିଶ୍ୱକପରୁ ମଧ୍ୟ ବାଦ୍ ପଡିପାରନ୍ତି।
ତେବେ ରିଷଭ ବିଶ୍ୱକପ୍ ପର୍ଯ୍ୟନ୍ତ ଫିଟ୍ ହେବା ଅସମ୍ଭବ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ।
ଅଧିକାରୀ ଜଣକ କହିଛନ୍ତି, ରିଷଭ ଟିମ୍କୁ ଫେରିବା ଏବେ ସମ୍ଭବ ନୁହେଁ । ଅତି କମରେ ୮ରୁ ୯ ମାସ ଖେଳ ଠାରୁ ଦୂରେଇ ରହିବା ରିଷଭଙ୍କ ପାଇଁ ଭଲ । ଆଗାମୀ ସର୍ଜରୀ କେବେ ହେବ ତା’ ଉପରେ ନିର୍ଭର କରେ ରିଷଭଙ୍କ ଫିଟ୍ ହେବା । ରିଷଭଙ୍କର ଦୁଇଟି ଯାକ ଆଣ୍ଠୁର ସର୍ଜରୀ ହୋଇପାରେ । ଆଉ ଲିଗାମେଣ୍ଟ ସର୍ଜରୀ ପରେ ଠିକ୍ ହେବା ପରେ ୬ ମାସ ଲାଗିଥାଏ ।
ତେବେ ରିଷଭଙ୍କ ଲିଗାମେଣ୍ଟ ସର୍ଜରୀ ପରେ ରିଷଭଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଛି । ରିଷଭ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ କିଛି ସମୟ ଠିଆ ହୋଇଥିଲେ । ତେବେ ରିଷଭ ହସପିଟାଲରେ ଆଉ ପାଖାପାଖି ୧ ସପ୍ତାହ ହସପିଟାଲରେ ରହିବେ ।