ବଲାଙ୍ଗିର ଜେଲ ଗଲେ ପୁଞ୍ଜିଲାଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କୁ ଆଜି ପାଟଣାଗଡ ସବଜେଲରୁ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରଯାଇଛି ।

ସୂଚନା ଅନୁଯାୟୀ, କିଛିଦିନ ତଳେ ପୁଞ୍ଜିଲାଲ କିଛି କଏଦୀଙ୍କ ସହ ମିଶି ଜେଲରୁ ଖସି ଯିବାକୁ ଷଡଯନ୍ତ୍ର କରି ଧରାପଡିଥିଲା । ଏହା ପୂର୍ବରୁ ସେ ଜେଲ ଅନ୍ତବାସୀଙ୍କୁ ଜେଲରଙ୍କ ବିରୁଦ୍ଧରେ ଉସକାଇ ଅନଶନ କରାଇଥିବା ଅଭିଯୋଗ କରିଥିଲେ ଜେଲ ଅଧିକାରୀ । ମାତ୍ର ଏହାକୁ ପୁଞ୍ଜିଲାଲ ଖଣ୍ଡନ କରିବା ସହ ତାଙ୍କୁ ଜେଲରେ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ଆଣିଥିଲେ ।

୨୦୧୮ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ ଅଞ୍ଚଳରେ ଘଟିଥିଲା ହୃଦୟ ବିଦାରକ ପାର୍ସଲ ବୋମା ବିସ୍ଫୋରଣ । ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଁଚିଥିଲା ଏକ ଗିଫ୍ଟ ପାର୍ସଲ । ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ । ଆଉ ପୁଞ୍ଜିଲାଲ ଥିଲା ଏହାର ମାଷ୍ଟର ମାଇଣ୍ଡ ଥିଲା । କଲେଜ ଅଧ୍ୟକ୍ଷ ପଦ ପାଇଁ ସେ ଏହି ଘଟଣା ଘଟାଇଥିଲା । ଯାହାର ପରିଣାମ ଭୋଗିଥିଲେ ସୌମ୍ୟଶେଖର ଓ ତାଙ୍କ ଜଣେ ସମ୍ପର୍କୀୟ ଜେଜେମା ।

Leave a comment