ଦବୁଛି ଯୋଶୀମଠ, ଏପଟେ ବର୍ଷା ଆର୍ଲଟ ପରେ ଭବିଷ୍ୟବାଣୀ ସତ ନେଇ ଘାରିଛି ଭୟ
ଦବୁଛି ଯୋଶୀମଠ । ଘରଠୁ ରାସ୍ତା, ମାଟିଠୁ ସିମେଣ୍ଟ କାନ୍ଥ ସବୁଠି ଦେଖାଦେଇଛି ଫାଟ । ଧସୁଛି ମାଟି, ଏହାସହ ତଳକୁ ତଳ ଧସୁଛି ବଡ଼ ବଡ଼ ଅଟ୍ଟାଳିକା । ୬୭୮ ବିଲିଂରେ ହୋଇଛି ଫାଟ । ଭୟରେ ରହିଛନ୍ତି ଯୋଶୀମଠ ଜନତା । ଏପରିକି ଅନେକେ ଘରଦ୍ୱାର ଛାଡ଼ି ଅନ୍ୟତ୍ର ପଳେଇ ଯିବାର ଦେଖିବାକୁ ମିଳୁଛି । ପ୍ରଶାସନ ପକ୍ଷରୁ ଚାଲିଛି ଉଦ୍ଧାର କାର୍ଯ୍ୟ ।
ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ୮୧ ପରିବାରକୁ କରାଯାଇଛି ସ୍ଥାନାନ୍ତର । ମୁତୟନ ହୋଇଛନ୍ତି ଗୋଟିଏ ଏନଡିଆରଏଫ ସହ ୪ ଏସଡିଆରଏଫ ଟିମ୍ । ଏହାରି ଭିତରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଶନିବାର ଯୋଶୀମଠ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି । ଏହାସହ ପ୍ରଭାବିତ ହୋଇଥିବା ପରିବାରଙ୍କୁ ଭେଟିବା ସହ ତାଙ୍କ ସୁରକ୍ଷା ଓ ଥଇଥାନର ପ୍ରତିଶୃତି ଦେଇଛନ୍ତି । ରବିବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟରେ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା । ବୈଠକରେ କୁହାଯାଥିଲା କି କେନ୍ଦ୍ର ସରକାରଙ୍କ ବିଭିନ୍ନ ଏଜେନ୍ସି ଓ ବିଶେଷଜ୍ଞ ଦଳ ଉତ୍ତରାଖଣ୍ଡ ସରକାରଙ୍କୁ ସାହାଯ୍ୟ କରୁଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଓ ଏସଡିଆରଏଫଙ୍କୁ ମୁତୟନ କରାଯାଇଛି । ବୈଠକ ପରେ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡ ମୁଖମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ସହ କଥା ହୋଇଛନ୍ତି । ତେବେ କଣ ରହିଛି ମାଟି ଦବିବାର କାରଣ ? କାହିଁକି ଦବୁଛି ଯୋଶୀମଠ ?
ଏଭଳି ସ୍ଥିତି ମଧ୍ୟରେ ବିପଦ ଆହୁରି ବଢ଼ିବାରେ ଲାଗିଛି। ପ୍ରବଳ ଥଣ୍ଡା ଭିତରେ ଏଠାରେ ବର୍ଷା ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ମୁତାବକ, ଆସନ୍ତା ୧୧ ଓ ୧୨ ଜାନୁଆରୀରେ ଏଠାରେ ବର୍ଷା ହେବା ଆଶଙ୍କା କରାଯାଉଛି।
ଯଦି ପାଣିପାଗ ବିଭାଗର ଏହି ଭବିଷ୍ୟବାଣୀ ସଠିକ୍ ହୁଏ ତେବେ ତେବେ ଯୋଶୀମଠ ପାଇଁ ଆହୁରି ବିପଦ ବଢ଼ିପାରେ। ଚମୋଲିର ଯୋଶୀମଠରେ ବର୍ଷା ଆଲର୍ଟ ଜାରି ହୋଇଛି। ଫଳରେ ଉଦ୍ଧାରକାର୍ଯ୍ୟ ଲାଗିଥିବା ପ୍ରଶାସନର ଟିମ୍ ଓ ପୀଡିତଙ୍କ ଚିନ୍ତା ବଢ଼ିଯାଇଛି। ବର୍ଷା ଆଲର୍ଟ ଭିତରେ ଏଠାରେ ଭୁସ୍ଖଳନ ଭୟ ମଧ୍ୟ ଘାରିବାରେ ଲାଗିଛି।