ନିୟମିତ ପଢନ୍ତୁ ଗାୟତ୍ରୀ ମନ୍ତ୍ର, ବଦଳିବ ଆପଣଙ୍କ ଜୀବନର ଗତିପଥ

0

ଆମ ହିନ୍ଦୁ ଧର୍ମରେ ଗାୟତ୍ରୀ ମନ୍ତ୍ର ପାଠ କରିବାର ବିଶେଷ ମହତ୍ୱ ରହିଛି l ଏହା ଗୋଟିଏ ଏପରି ପ୍ରଭାବଶାଳୀ ମନ୍ତ୍ର ଯାହା ବଦଳାଇ ଦେଇଥାଏ ସମଗ୍ର ଜୀବନ କୁ , ଏହି ମନ୍ତ୍ରର ଅନେକ ବିଶେଷତା ରହିଛି l ପୂର୍ବ କାଳରେ ଗାୟତ୍ରୀ ମନ୍ତ୍ର ଜପ କରି ଋଷିମୁନି ସିଦ୍ଧି ଲାଭ କରୁଥିଲେ l ଏହି ମନ୍ତ୍ରକୁ ପାଠ କରିବା ଓ ଉଚ୍ଚାରଣ କରିବା ଦ୍ୱାରା ଈଶ୍ୱରଙ୍କ ପ୍ରାପ୍ତି ହୋଇଥାଏ l ଆସନ୍ତୁ ଜାଣିବା ଗାୟତ୍ରୀ ମନ୍ତ୍ରର କଣ ରହିଛି ବିଶେଷତା ଲ

ଗାୟତ୍ରୀ ମନ୍ତ୍ରର ଅର୍ଥ – “ଓଂ ଭୂର୍ଭୁଵଃ ସ୍ଵ ତତ୍ସବିତୁର୍ବରେଣ୍ୟଂ ଭର୍ଗ ଦେଵାସ୍ୟ ଧୀମହୀ ଧିୟୋ ୟୋନଃ ପ୍ରଚୋଦୟାତ୍ ” – ସେହି ପ୍ରାଣ ସ୍ୱରୂପ, ଦୁଃଖ ନାଶକ, ସୁଖସ୍ୱରୂପ, ଶ୍ରେଷ୍ଠ, ତେଜସ୍ୱି , ପାପନାଶକ , ଦେବସ୍ୱରୂପ ପରମାତ୍ମା ଙ୍କ ଧ୍ୟାନ କରନ୍ତୁ ସେହିଁ ଆମକୁ ସାତମାର୍ଗ ରେ ପ୍ରେରଣା କରିବେ l ”

-ଏହି ସମୟ ରେ କରନ୍ତୁ ମନ୍ତ୍ର ପାଠ – ଗାୟତ୍ରୀ ମନ୍ତ୍ର ଜପ କରିବା ପାଇଁ ୩ଟି ସମୟ ଉପଯୁକ୍ତ ଅଟେ l ପ୍ରଥମ ପ୍ରହାର ହେଲା ସକାଳ ସମୟ, ଦ୍ଵିତୀୟ ସମୟ ଦ୍ବିପ୍ରହର, ଆଉ ଗୋଟିଏ ସମୟ ହେଲା ସନ୍ଧ୍ୟା ସମୟ ଅଟେ l

କ୍ରୋଧ ହୋଇଥାଏ ଶାନ୍ତ – ଗାୟତ୍ରୀ ମନ୍ତ୍ର ନିୟମିତ ପାଠ କରିବା ଦ୍ୱାରା କ୍ରୋଧ ଶାନ୍ତ ହୋଇଥାଏ l ଏହାଛଡା ମନ ସ୍ଥିର ରହିଥାଏ ଓ ମନରେ ସକାରାତ୍ମକ ଭାବନା ଜାଗ୍ରତ ହୋଇଥାଏ l

ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ- ଆସ୍ଥମା ରୋଗୀ ମାନଙ୍କ ପାଇଁ ଏହା ଖୁବ ଉପକାରୀ l ଏହାକୁ ଉଚ୍ଚାରଣ କରିବା ଦ୍ୱାରା ଛାତିରୁ କଫ ଖସି ଯାଇଥାଏ l

– ତା ସହିତ ତ୍ୱଚା ପାଇଁ ମଧ୍ୟ ହିତକର l ଏହାକୁ ଜପ କରିବା ଦ୍ୱାରା ତ୍ୱଚା ଉଜ୍ଜ୍ୱଳ ଦେଖା ଯାଇଥାଏ l

– ପାଠ ପଢିବାରେ ଏକାଗ୍ରତା ବଢ଼ାଇ ଥାଏ ଓ ସ୍ମରଣ ଶକ୍ତି କୁ ବଢ଼ାଇ ଥାଏ l

– ପ୍ରତିଦିନ ଗାୟତ୍ରୀ ମନ୍ତ୍ର ପାଠ କରିବା ଦ୍ୱାରା ଘର ଭିତରୁ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ l

-ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ରୋଗ ଦୂର ହୋଇଥାଏ l ଏହି ମନ୍ତ୍ରକୁ ନିୟମିତ ଯଦି ଆପଣ ୧୦୮ ଥର ଜପ କରିବେ ଘରର ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ l

-ଦାମ୍ପତ୍ୟ ଜୀବନ ରେ ସୁଖ ସମୃଦ୍ଧି ଆଣିଥାଏ ଗାୟତ୍ରୀ ମନ୍ତ୍ର l ଏହାଛଡା ନାରୀମାନେ ଶ୍ୱେତ ବସ୍ତ୍ର ଧାରଣ କରି ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ସ୍ୱାମୀ ମାନେ ଦୀର୍ଘାୟୁ, ରୋଗମୁକ୍ତ ଓ ଯଶସ୍ବୀ ହୋଇ ଥାଆନ୍ତି l

Leave a comment