ଅପରାଧୀଙ୍କୁ ଛାଡି ଚାଷୀଙ୍କ ପଛରେ ପୋଲିସ, ଦେଖନ୍ତୁ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜଧାନୀରେ ହେବାକୁ ଥିବା ବିଶାଳ ଚାଷୀ ସମାବେଶକୁ ଭଣ୍ଡୁର କରୁବାକୁ ରାଜ୍ୟ ସରକାର ଚେଷ୍ଟା ଚଳାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନ ରାଷ୍ଟ୍ରୀୟ ସମ୍ପାଦକ ଅକ୍ଷୟ କୁମାର ।

ସୂଚନା ଅନୁଯାୟୀ, ଆଜି ରାଜଧାନୀରେ ବିଶାଳ ଚାଷୀ ସମାବେଶ ହେବାକୁ ସ୍ଥିର ହୋଇଥିଲା । ହେଲେ ରାଜ୍ୟର କୋଣ ଅନୁକୋଣରେ ଆସୁଥିବା ଚାଷୀଙ୍କୁ ଅଧରାସ୍ତା ଅଟକାଇ ଦିଆଯାଉଛି । ସେହିପରି ଟ୍ରେନରେ ଆସୁଥିବା ଯାତ୍ରୀଙ୍କୁ ପୋଲିସ ଜଣ ଜଣ କରି ପଚାରି ସମାବେଶ ସ୍ଥଳରେ ପହଞ୍ଚାଇଦେବାକୁ କହି ଗାଡ଼ିରେ ବସାଇ ଅଜ୍ଞାତ ସ୍ଥାନକୁ ନେଇଯାଉଥିବା ଅଭିଯୋଗ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନ ରାଷ୍ଟ୍ରୀୟ ସମ୍ପାଦକ ଅକ୍ଷୟ କୁମାର । ପୋଲିସ ଅଟକ ରଖୁଥିବା ଖବର ପାଇ ହଜାର ହଜାର ଚାଷୀ ରେଳଷ୍ଟେସନ ବସିରହିଥିବା ଦେଖିବାକୁ ମିଳୁଛି । ରେଳଷ୍ଟେସନ ଚାଷୀ ବସିରହି ସରକାର ବିରୋଧରେ ନାରାବାଜି କରୁଛନ୍ତି । ଏବଂ କୌଣସି ମତେ ସମାବେଶ କରିବୁ ବୋଲି ଧମକ ଦେଉଛନ୍ତି ।

ସେହିପରି କଟକରେ ସଂଗଠନର କିଛି କର୍ମକର୍ତ୍ତାକୁ ପୁଲିସ ଗିରଫ କରିଥିବା ଓ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କୁ ପୁଲିସ ଅଟକ ରଖିଥିବା ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି । ତେବେ ଆଜିର ପୋଲିସର ଏପରି କାର୍ଯ୍ୟକଳାପ ଦେଖି ରାଜ୍ୟ ବିଜେପି ଓ ରାଜ୍ୟ କଂଗ୍ରେସ ଏହାର ନିନ୍ଦା କରିଛନ୍ତି ।

Leave a comment