ମୁଁ ମା’ମାନଙ୍କୁ ଉଦ୍ୟାେଗୀ ଭାବେ ଦେଖିବାକୁ ଚାହେଁ

0

ଆହୁରି ସୁଦୃଢ ହେବ ମିଶନ ଶକ୍ତି । ବିନା ସୁଧରେ ୫ଲକ୍ଷ ଟଙ୍କାର ଋଣ । ରାଜ୍ୟର ପ୍ରଥମ ମହିଳା ମିଶନ ଶକ୍ତି ଭବନ ଯାଜପୁରରେ ଲୋକାର୍ପିତ ହୋଇଛି। ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ୍ ଓ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଉପସ୍ଥିତିରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି।

ଏହି ଅବସରରେ ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏସଏଚଜିଙ୍କୁ ଋଣର ସୁଧ ଫେରସ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତି କେବଳ ସ୍ଲୋଗାନ ନୁହେଁ, ବରଂ ଏହା ଜୀବନଧାରା ପାଲଟିଛି । ମୁଁ ମା’ମାନଙ୍କୁ ଉଦ୍ୟାେଗୀ ଭାବେ ଦେଖିବାକୁ ଚାହେଁ । ଓଡ଼ିଶାର ରୂପାନ୍ତରଣରେ ସେମାନଙ୍କର ଅଛି ବଡ଼ ଭୂମିକା ରହିଛି।

Leave a comment