ବିଜ୍ଞାପନ ବିବାଦକୁ ବିଜେଡି-ବିଜେପି ମଧ୍ୟରେ ତୁ ତୁ ମେଁ ମେଁ, ଆଗକୁ କେଉଁ ମୋଡ ନେବ ଏହି ରାଜନୀତି ?

0

ବିଜ୍ଞାପନ ବିବାଦକୁ ନେଇ ଆରମ୍ଭ ହୋଇଛି ବିରୋଧୀଙ୍କ ମଧ୍ୟରେ ବୟାନବାଜି । କେନ୍ଦ୍ରୀୟ ଯୋଜନା ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଲାଗିବାକୁ ଘନେଇଲା ବିବାଦ । ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପୁଣି ବର୍ଷିଲେ ଧର୍ମେନ୍ଦ୍ର । କ’ଣ ଅଶୋକ ପଣ୍ଡା ଭାବୁଛନ୍ତି ଏଇଟା ତାଙ୍କ ଜାଗିର ?

‘ଯେତେବେଳେ ଯାହା ଇଚ୍ଛା କହିବେ ‘। ଏଭଳି ଢଙ୍ଗରେ ପୁଣି ରାଜ୍ୟ ସରକାରଙ୍କୁ ଶବ୍ଦ ବାଣରେ ଘାଇଲା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶନିବାର ଆରମ୍ଭ ହେଲା ଭୁବନେଶ୍ଵରରୁ ରାଉରକେଲା ବିମାନ ସେବା । ହେଲେ କେନ୍ଦ୍ରୀୟ ଯୋଜନା ଉଡାନ ଅଧିନରେ ବିମାନ ସେବା ଆରମ୍ଭ ହେଲା । କିନ୍ତୁ ବିଜ୍ଞାପନରେ ରହିଥିଲା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ନିଶାନାକୁ ନେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ତେବେ କଡା ସମାଲୋଚନାର ଶିକାର ହେବା ପରେ ଆଜି ମୁହଁ ଖୋଲିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଆଉ ଅଶୋକ ପଣ୍ଡାଙ୍କ ବୟାନ ଉପରେ କଡା ଜବାବ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେପଟେ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଲଗାଇବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଟୁ ଭାଷାରେ ଆଟାକ୍ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ବାରମ୍ବାର ଅପମାନିତ ହେବା ପରେ ସୌଜନ୍ୟତାର ଆଶା କରିବା ବେକାର । ହକି ବିଶ୍ୱ କପରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ନିମନ୍ତ୍ରିଣ କରିନାହାନ୍ତି । ବିମାନ ଉଡାଣ କେନ୍ଦ୍ରର ଯୋଜନା, ସେଥିରେ ତାଙ୍କ ଫଟୋ ଆମେ ଦେବୁ ବୋଲି କାହିଁକି ଆଶା କରୁଛନ୍ତି ।ବିଜେପି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହାଇଜ୍ୟାକ କରୁଛନ୍ତି ବୋଲି କହିଛି ।

Leave a comment