ଆପଣଙ୍କୁ ଉଚ୍ଚ ତକିଆରେ ଶୋଇବାକୁ ପସନ୍ଦ କି ? ଯଦି ଏଭଳି ଅଭ୍ୟାସ ଅଛି ଶୀଘ୍ର ପରିବର୍ତନ କରନ୍ତୁ, ନହେଲେ ଭୋଗିବେ ଏଭଳି

0

ଆମ ମାନଙ୍କ ମଧ୍ୟରେ ଏଭଳି ଅନେକ ଲୋକ ରହିଛନ୍ତି, ଯେଉଁ ମାନଙ୍କର ଉଚ୍ଚ ତକିଆରେ ଶୋଇବାର ଅଭ୍ୟାସ ରହିଛି l କିନ୍ତୁ ଗୋଟିଏ ଅଧ୍ୟୟନ ଅନୁସାରେ ନିକଟରେ ଜଣା ପଡିଛି ଯେ ଏଭଳି ତକିଆରେ ମୁଣ୍ଡ ଦେଇ ଶୋଇବା ଦ୍ୱାରା ୬ଟି ଗମ୍ଭୀର ରୋଗ ଦ୍ୱାରା ଆପଣ ପ୍ରଭାବିତ ହୋଇ ପାରନ୍ତି l ଜର୍ମାନୀର ଗୋଟିଏ ବିଶ୍ୱବିଦ୍ୟାଳୟ ର ଅଧ୍ୟୟନ ଅନୁସାରେ ଉଚ୍ଚ ତକିଆରେ ଶୋଇବା ଦ୍ୱାରା ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଇ ଥାଏ l

ସ୍ଲିପ ଡିସ୍କ ଦ୍ୱାରା ପ୍ରଭାବିତ ହୋଇ ପାରନ୍ତି –
ଉଚ୍ଚ ତକିଆରେ ଶୋଇବା ଦ୍ୱାରା ସ୍ଲିପ ଡିସ୍କ ଦ୍ୱାରା ଆପଣ ପ୍ରଭାବିତ ହୋଇପାରନ୍ତି l ସ୍ଲିପ ଡିସ୍କ ଗୋଟିଏ ଏଭଳି ଅସୁବିଧା ଯାହା ଆମ ଶରୀରର ସମସ୍ତ ହାଡ଼କୁ ବିଶେଷ ଭାବରେ ପ୍ରଭାବିତ କରିଥାଏ l ଉଚ୍ଚ ଓ ମୋଟା ତକିଆରେ ଶୋଇବା ଦ୍ୱାରା ଆମର ମାଂସପେଶୀ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଥାଏ l ଯେଉଁ କାରଣରୁ ମେରୁଦଣ୍ଡ ରେ ଯନ୍ତ୍ରଣା ସହିତ ଶରୀରରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ l

ବଢିଥାଏ ସର୍ଭlଇକାଲ ସ୍ପଂଡିଲିସିସ ପ୍ରୋବ୍ଲେମ –
ସର୍ଭlଇକାଲ ସ୍ପଂଡିଲିସିସ ପ୍ରୋବ୍ଲେମ ଉଚ୍ଚ ଓ ମୋଟା ତକିଆରେ ଶୋଇବା ଦ୍ୱାରା ଅସୁବିଧା ହୋଇଥାଏ l ଯେଉଁ କାରଣରୁ ଗଳା ରେ ଫୁଲା ଦେଖାଯିବା ସହିତ l ଏହାଛଡା ବେକରେ ଯନ୍ତ୍ରଣା ଅନୁଭୂତ ହେବା ଦ୍ୱାରା ଅନେକ ଅସୁବିଧା ଦେଖାଦେଇ ଥାଏ l ଯେଉଁମାନେ ଏଭଳି ସମସ୍ୟାରେ ସମୁଖୀନ ହେଉଛନ୍ତି ସେମାନେ ଉଚ୍ଚ ତକିଆରେ ଶୋଇବା ଉଚିତ ନୁହେଁ l

ମୁହଁ ଓ ତ୍ୱଚା ରେ ସମସ୍ୟା –
ଉଚ୍ଚ ତକିଆରେ ଶୋଇବା ଦ୍ୱାରା ମୁହଁ ରେ ବ୍ରଣ ସମସ୍ୟା ଦେଖାଯାଇ ଥାଏ l ସ୍କିନ ରେ ଠିକ ଭାବରେ ରକ୍ତ ସଂଚାଳନ ହୋଇପାରି ନଥିବା କାରଣରୁ ତ୍ୱଚା ରେ ବିଭିନ୍ନ ସମସ୍ୟା ଦେଖାଯାଇ ଥାଏ l ଏହାଛଡା ତ୍ୱଚାକୁ ସମ୍ବନ୍ଧୀୟ ଅନେକ ପ୍ରକାର ସମସ୍ୟା ଦେଖାଯାଇ ଥାଏ l

ଅନ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ –
ଉଚ୍ଚ ତକିଆରେ ଶୋଇବା ଦ୍ୱାରା ବେକ ରେ ଓ ଶରୀରରେ ଅନ୍ୟ ପ୍ରକାର ସମସ୍ୟା ଦେଖା ଦେଇଥାଏ l ନିଦ ମଧ୍ୟ ପ୍ରଭାବିତ ହୋଇଥାଏ l ମାନସିକ ଚାପ ଅଧିକ ବୃଦ୍ଧି ହେବାର ମଧ୍ୟ ଗୋଟିଏ କାରଣ , ଉଚ୍ଚ ତକିଆରେ ଶୋଇବା ଦ୍ୱାରା ଗୋଡ଼ ଫୁଲିବା ସମସ୍ୟା ଦେଖାଯାଏ, ଗ୍ୟାସ ସମସ୍ୟା ଦ୍ୱାରା ଶରୀର ଅଧିକ ପ୍ରଭାବିତ କରିଥାଏ l ତେଣୁ ଏଭଳି ସ୍ଥିତିରେ ଗୋଡ଼ ତଳେ ତକିଆ ଦେଇ ଶୋଇବା ଆବଶ୍ୟକ l

 

Leave a comment